ନୂଆଦିଲ୍ଲୀ (ଏଟିଆର ବ୍ୟୁର ): ସାରା ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି । ପ୍ରତ୍ୟକ ଦିନ ଏହି ମହାମାରିରେ ହଜାର ହଜାର ଲୋକଙ୍କର ଜୀବନ ଚାଲି ଯାଉଛି । ଏବେ ଆମେରିକାରେ ଏହି ମହାମାରୀ ଉଗ୍ରରୂପ ଧାରଣ କରିଛି । ସେଇଭଳି ଭାରତରେ ମଧ୍ୟ କାରୋନା ସଂକ୍ରମୀତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ତେବେ ଏହିଭଳି ଏକ ସମୟରେ କରୋନା ସହିତ ମୁକାବିଲା କରିବା ପାଇଁ ବିଶ୍ୱ ବ୍ୟାଙ୍କ ଭାରତକୁ ସହାୟତାର ହାତ ବଢ଼ାଇଛି । ବିଶ୍ୱ ବ୍ୟାଙ୍କ ଭାରତକୁ ୭୬ ହଜାର କୋଟି ଟଙ୍କା ସହାୟତା କରିଛି । ପ୍ରାଥମିକ ପର୍ୟ୍ୟାୟରେ ବିଶ୍ୱବ୍ୟାଙ୍କ ୯ ଟି ଦେଶକୁ ୧.୯ ବିଲିୟନ ଡଲାର ସହାୟତା କରିଛି।
ଏହି ଟଙ୍କାରେ ଭାରତ କରୋନା ପାଇଁ ପରୀକ୍ଷାଗାର, ଚିକିତ୍ସା ଉପକରଣ , ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ ଆଦି କ୍ରୟ କରିବ। ଗତକାଲି ବୋର୍ଡ ମିଟିଂ ପରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।