କଳାହାଣ୍ଡି (ଏଟିଆର ବ୍ୟୁରୋ): ଗତକାଲି କଳାହାଣ୍ଡିରୁ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ତତ୍ପର ହୋଇପଡିଛନ୍ତି । ଉକ୍ତ ରୋଗୀଙ୍କ ସଂଷ୍ପର୍ଶରେ ଆସିଥିବା ତାଙ୍କ ପରିବାର ଲୋକ ଏବଂ ଅନ୍ୟ ଲୋକଙ୍କୁ ମିଶାଇ ସମ୍ପୂର୍ଣ୍ଣ ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହାସହିତ ସେମାନେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯିବା ସହ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଖମାର ହଳଦୀ ପଞ୍ଚାୟତ ଅଞ୍ଚଳକୁ ସିଲ୍ କରାଯାଇଛି । ଏହି ଅଞ୍ଚଳରେ କୌଣସି ଯାତାୟତ ହୋଇ ପାରିବ ନାହିଁ । କେହି ବାହାରକୁ ଯାଇ ପାରିବେ ନାହିଁ କି ବାହାରୁ ମଧ୍ୟ କେହି ଏହି ଅଞ୍ଚଳକୁ ଆସି ପାରିବେ ନାହିଁ ।