ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଙ୍କଟ ଧୀରେ ଧରରେ ବଢିଛାଲିଛି । ଏହି ସ୍ଥିତିରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ଉପାୟ ହେଉଛି ସାମାଜିକ ଦୂରତା । ଏନେଇ ବାରମ୍ବାର ସରକାରଙ୍କ ପକ୍ଷରୁ ସତ୍ତର୍କ କରାଯାଉଛି । ମାତ୍ର କିଛି ଲୋକ ଏହି ନିୟମକୁ ପାଳନ କରୁ ନାହାନ୍ତି । ସେଥିପାଇଁ ଏବେ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।
ଟ୍ୱିଟ୍ ରେ ଲେଖା ହୋଇଛି କି, ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ । ସାମାଜିକ ଦୂରତା ଉଲ୍ଲଂଘନ ଏକ ଅପରାଧିକ କାର୍ଯ୍ୟକଳାପ ଭାବେ ଗ୍ରହଣ ହେବ । ସମ୍ପୃକ୍ତ ଦୋକାନ ବଜାରକୁ ମଧ୍ୟ ସିଲ୍ କରାଯିବ । ସେଥିପାଇଁ ବିନୀତ ଅନୁରୋଧ କରୋନା ବିରୋଧୀ ଏହି ଲଢେଇରେ ସହଯୋଗ କରନ୍ତୁ ।
ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ। ସାମାଜିକ ଦୂରତା ଉଲ୍ଲଂଘନ ଏକ ଅପରାଧିକ କାର୍ଯ୍ୟକଳାପ ଭାବେ ଗ୍ରହଣ ହେବ। ସମ୍ପୃକ୍ତ ଦୋକାନ/ବଜାରକୁ ମଧ୍ୟ ସିଲ୍ କରାଯିବ। ବିନୀତ ଅନୁରୋଧ କରୋନା ବିରୋଧି ଏହି ଲଢେଇରେ ସହଯୋଗ କରନ୍ତୁ।#OdishaFightsCorona https://t.co/h669icL2wX
— CMO Odisha (@CMO_Odisha) April 5, 2020
ସୂଚନା ଯୋଗ୍ୟ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗତକାଲି ଏକା ସଙ୍ଗରେ ୧୮ ଟି ନୂତନ କେସ୍ ଭୁବନେଶ୍ୱରରେ ସାମ୍ନାକୁ ଆସିଛି । ଯେଉଁଥି ପାଇଁ ସରକାରଙ୍କ ଚିନ୍ତା ଆହୁରି ବଢିଯାଇଛି ।