ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନାକୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏବଂ ଡିଏମଇଟିଙ୍ ଡ. ସିବିକେ ମହାନ୍ତି ଙ୍କ ଦ୍ୱାରା ପ୍ରେସମିଟ୍ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ହୋଇଥିବା ଏହି ପ୍ରେସମିଟରେ କୁହାଯାଇଛି କି, ଏହି କରୋନା ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ହୋଇପାରେ । କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ଠାରୁ ଅଲଗା ରୁହନ୍ତୁ । ରାଜ୍ୟରେ କୋଭିଡ୍ ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କରୋନା ଆକ୍ରାନ୍ତଙ୍କ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଇତିମଧ୍ୟରେ ଅନ୍ୟ ହସ୍ପିଟାଲକୁ ଅନ୍ୟ ରୋଗୀ ଚିକିତ୍ସା ପାଇଁ ଆସିବାରେ କୌଣସି ଅସୁବିଧା ନାହିଁ । ସାଧାରଣ ଲୋକ ଆତଙ୍କିତ ନହୋଇ ସେମାନେ ସେମାନଙ୍କ ଚିକିତ୍ସା ଲାଗି ହସ୍ପିଟାଲ ଯାଇ ପାରିବେ ।
ବର୍ତ୍ତମାନ ୭ ଟି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଛି । ଏଠାରେ ଭେଣ୍ଟିଲେଟର , ଆଇସୋଲେସନ ଆଦି ସମସ୍ତ ସୁବିଧ ଉବଲବ୍ଧ ଅଛି । ସବୁଠାରୁ ବଡ କଥା ହେଲା କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତର ଏବଂ ନର୍ସ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ୟପଟେ ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲା ମାନଙ୍କରେ କୋଭିଡ ୧୯ ହସ୍ପିଟାଲ ଖୋଲାଯିବ । କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହାଯୋଗ ଆବଶ୍ୟକ ରହିଛି ।