ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଏବେ ପ୍ରତିଦିନ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଗତକାଲି ରାତିରେ ପୁରଇ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ସୂଚନା ଅନୁସାରେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ ରେ ପହଞ୍ଚଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ଟି ପର୍ଯ୍ୟାୟରେ ୧୨ ଜଣ ସୁସ୍ଥ ହୋଇଛନ୍ତି ।
ପ୍ରଥମେ ୨ ଜଣ ଓ ପରେ ୧୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଗତକାଲି ୪୯ ଓ ୫୦ ନଂ କରୋନା ସଂକ୍ରମିତଙ୍କ ସଂକ୍ରାନ୍ତରେ ସରକାର ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ୪୯ ନଂ ସଂକ୍ରମିତ ହେଉଛନ୍ତି ଜଣେ ମହିଳା ତାଙ୍କର ବୟସ ୩୫ ବର୍ଷ । ବିଭାଗ ପକ୍ଷରୁ ୩୫ ବର୍ଷୀୟ ମହିଳାଙ୍କ ଭ୍ରମଣ ଇତିହାସ ମଧ୍ୟ ପ୍ରକାଶ ପାଇଛି । ୩୫ ବର୍ଷୀୟ ମହିଳା ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ତାରିଖ ଯାଏ ଘରେ ରହିଥିଲେ। ଏପ୍ରିଲ ୪ ତାରିଖରେ ମଧୁସୂଦନ ନଗର ଘରୁ ରେଡକ୍ରସ୍ ଭବନ ଅଞ୍ଚଳକୁ ଯାଇଥିଲେ। ଏପ୍ରିଲ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ ଯାଇଥିଲେ। ସ୍ୱାସ୍ଥ୍ୟବିଭାଗ ତାଙ୍କୁ ଏପ୍ରିଲ ୭ ତାରିଖରେ ହୋମ୍ କ୍ୱାରେଣ୍ଟାଇନ୍ରେ ରଖିଥିଲେ।
Patient Travel History of #Covid19
Case no: 49 pic.twitter.com/Mc9peySXpi
— I & PR Department, Odisha (@IPR_Odisha) April 11, 2020
ସେହିଭଳି ୫୦ ନଂ ସଂକ୍ରମିତ ହେଉଛନ୍ତି ଜଣେ ୨୩ ବର୍ଷୀୟ ଯୁବକ । ସେମାନେ ମଧୁସୂଦନ ନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।