ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ରାଜ୍ୟରେ ଆଉ ୪ଟି କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ବୋଲି ଜଣା ପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱଟି୍ ଜରିଆରେ ସୂଚନା ଦିଆଯାଇଛି ।
Patient Details of four positive cases of 11th April, #Covid19 #Odisha pic.twitter.com/WokFWKuVBe
— I & PR Department, Odisha (@IPR_Odisha) April 12, 2020
ସୂଚନା ଯୋଗ୍ୟ ଗତକାଲି ୪ ଚିହ୍ନଟଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ ବିଶ୍ରା ଅଞ୍ଚଳର ବୋଲି ଜଣା ପଡିଛି । ଅନ୍ୟ ଜଣେ କେନ୍ଦ୍ରାପଡା ଅଞ୍ଚଳରର ବୋଲି ଜଣାପଡିଛି । ଏଇ ତିନିଜଣଙ୍କୁ କଟକ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ନିକଟରେ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଓଡିଶାରେ ଏବେ ପର୍ୟ୍ୟନ୍ତ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଯାବତ ମୋଟ ୩୫୫୧ ନମୁନା ପରୀକ୍ଷା ହୋଇଥିବାବେଳେ ୩୪୯୭ ଜଣଙ୍କ ନମୁନା ନେଗେଟିଭ୍ ରହିଛି।