ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗୋଟେ ପେ:ଟ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି ଭିତରେ ରାଜ୍ୟ ପାଇଁ କରୋନା ଟିକେ ଆସ୍ୱସ୍ତ ମଧ୍ୟ ହୋଇଛି । ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
Happy to share that one Covid positive case of Kalahandi district, presently at Ashwini Covid hospital, Cuttack, has recovered and tested negative for COVID-19. Our best wishes to him.
— H & FW Dept Odisha (@HFWOdisha) April 12, 2020
ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତାଙ୍କ ନମୂନା ଏବେ ନେଗେଟିଭ ଆସିଥିବା ଜଣା ପଡିଛି । ସୂଚନାଯୋଗ୍ୟ ଏହି ବ୍ୟକ୍ତିଙ୍କୁ ମିଶାଇଲେ ରାଜ୍ୟରେ ଏବେ ୧୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି । ପ୍ରଥମେ ୨ ଜଣ ସୁସ୍ଥ ହୋଇଥିବା ବେଳେ ପରେ ପୁଣି ଏକକାଳୀନ ୧୦ ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ । ଗତକାଲି କଳାହାଣ୍ଡି ସଂକ୍ରମିତ ସୁସ୍ଥ ହୋଇଛନ୍ତି ।