ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କୁ ଟ୍ରାକ କରିବା ପାଇଁ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଅରୋଗ୍ୟ ସେତୁ ମୋବାଇଲ ଆପ୍ ଲଞ୍ଚ କରାଯାଇଥିଲା । ଆପ୍ ଲଞ୍ଚ ହେବାର ୧୩ ଦିନ ଭିତରେ ୫କୋଟି ଲୋକେ ଏହି ଆପ୍ କୁ ଡାଉନଲୋଡ କରିସାରିଲେଣି । ଏହି ଆପ୍ ଏବେ ସବୁଠାରୁ ଅଧିକ ଡାଉନଲୋଡ ହେଉଥିବା ଆପ୍ ମଧ୍ୟରେ ସାମିଲ ହୋଇଯାଇଛି । ଏନେଇ ନୀତି ଆୟୋଗର ଏକ ରିପୋର୍ଟରୁ ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା କିଭଳି ଭାବେ କରୋନା ଭାଇରସ ବ୍ୟାପିବାରୁ ରୋକିବାରେ ଏହି ଆପ୍ ସରକାରଙ୍କୁ ସାହାଯ୍ୟ କରୁଛି ।
ଲୋକେସନ୍ ଡାଟା ଏବଂ ବ୍ଲୁଟୁଥ୍ ଜରିଆରେ କରୋନା ଭାଇରସ ସଂକ୍ରମିତ କୌଣସି ବ୍ୟକ୍ତିଙ୍କ ସଂଶ୍ପର୍ଷରେ ୬ ଫୁଟ ଦୂରତାରେ ଆସିଥିବା ନେଇ ଏହି ଆପ୍ ଜରିଆରେ ଆପଣ ଜାଣିପାରିବେ ।
ଯଦି କୌଣସି ବ୍ୟକ୍ତିଙ୍କର ନମୁନା ପଜେଟିଭ ଆସିଛି ଏବଂ ଆପଣ ତାଙ୍କ ସଂଶ୍ପର୍ଷରେ ଆସିଛନ୍ତି, ତେବେ ଏହାର ସମ୍ପୂର୍ଣ୍ଣ ଡାଟା ଏହି ଆପ୍ ଜରିଆରେ ସରକାରଙ୍କ ପାଖକୁ ସେୟାର ହୋଇଯିବ । ଯାହାଫଳରେ ସଂକ୍ରମିତ ରୋଗୀଙ୍କର ବହୁତ ଶୀଘ୍ର ଚିକିତ୍ସା କରାଯିବ ।
ଏହି ଆପ୍ ରେ ଗ୍ରାହକଙ୍କ ପ୍ରାଇଭେସି କୁ ଧ୍ୟାନରେ ରଖାଯାଇଛି । ସେଥିପାଇଁ କୌଣସି ଥାର୍ଡ ପାର୍ଟି ଆପ୍ ସହିତ ଏହି ଡାଟାକୁ ସେୟାର କରାଯାଇ ନାହିଁ ।