ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ମାସରେ ଭାରତ ଆସିବେ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ବାଇଡେନ ଭାରତ ଆସିବେ ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।
ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଆସନ୍ତାମାସ ୯ ଏବଂ ୧୦ ତାରିଖରେ ଆୟୋଜିତ ହେବ ଜି୨୦ ଶିଖର ସମ୍ମିଳନୀ । ଏଥିରେ ଭାରତ ବ୍ୟତିତ ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର ପ୍ରତିନିଧି ମଣ୍ଡଳ ଯୋଗ ଦେବେ ।