ମୁମ୍ବାଇ (ଏଟିଆ ବ୍ୟୁରୋ): ସବୁବେଳେ ନିଜର ଫିଟନେସ୍ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଠୀ । ସେ ଦିର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିବା ବେଳେ ପୁଣି ଥରେ ଲାଇମଲାଇଟରେ ତାଙ୍କର ଚର୍ଚ୍ଚା ଜୋର ଧରିଛି । ଏଥରକ ସେ ତାଙ୍କର ଫିଟନେସ କିମ୍ବା କୌଣସି ଫିଲ୍ମ ପାଇଁ ଚର୍ଚ୍ଚାରେ ନାହାଁନ୍ତି । ବରଂ ତାଙ୍କ ଗ୍ଲାମରସ ଲୁକ ପାଇଁ ଲାଇମଲାଇଟରେ ଆସିଛନ୍ତି ।ଶିଳ୍ପା ସେଠୀ ତାଙ୍କ ପତୀ ରାଜ୍ କୁନ୍ଦ୍ରା ଏବଂ ପୁଅ ସହିତ ମିଶି ମାଳଦୀପ ଛୁଟି କାଟିବାକୁ ଯାଇଛନ୍ତି ।
ଆଜ୍ଞା ହଁ ଶିଳ୍ପା ସେଠୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଟ୍ରିପର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ସଂପୂର୍ଣ୍ଣ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳୁଛି । ଏବଂ ତାଙ୍କର ଏକ ଫଟୋରେ ସେ ସଂପୂର୍ଣ୍ଣ ଶାହରୁଖ ଖାନଙ୍କ ପୋଜକୁ ନକଲ କରି ଫଟୋ ଉଠାଇ ଥିବାର ନଜର ଆସିଛନ୍ତି ।
୪୨ ବର୍ଷିୟ ଶିଳ୍ପାଙ୍କୁ ଦେଖିକି ଲାଗୁନି ଯେ ବୟସ ଅନୁଯାୟୀ ତାଙ୍କ ସୌନ୍ଦର୍ଯ୍ୟତାରେ କୌଣସି ପ୍ରଭାବ ପଡୁଛି । ଏହା ସହିତ ଶିଳ୍ପା ସମୁଦ୍ର କୂଳରେ ଏକ ନୀଳ ରଙ୍ଗର ବିକିନି ପିନ୍ଧି ପତୀ ରାଜ କୁନ୍ଦ୍ରା ଏବଂ ପୁଅଙ୍କ ସହିତ ଖୁବ୍ ମସ୍ତି କରୁଛନ୍ତି । ଏବଂ ଏକ ଭିିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ମାଛ ଧରୁଥିବାର ନଜର ଆସୁଛନ୍ତି ।
ସୂଚନାଅନୁଯାୟୀ,ଶିଳ୍ପା ୨୦୦୩ରେ ଜଣେ ବଡ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହୁଥିଲେ ମଧ୍ୟ ଟେଲିଭିଜନ ପରଦାର ରିୟଲିଟ ଶୋ’ରେ ଭଲ ଜଜ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି । ଏହାବ୍ୟତୀତ ସେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି ।