ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ବିଶ୍ୱ ଏବେ କରୋନା ଭାଇରସରେ ଏକ ପ୍ରକାରର ଲକ୍ ଡାଉନ ଅବସ୍ଥାରେ ପଡି ହୋଇ ରହିଛି । ତେବେ ଭାରତରେ ମଧ୍ୟ ସମାନ ପରିସ୍ଥିତି ଲାଗି ରହିଛି । କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଏହାରି ଭିତରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରିଦିଆଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଛି । ଏହାର ମୁକାବିଲା କରିବା ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ଏଜୁସାଟ୍ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଜୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେବା) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ଏହି ଭିଡିଓ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ମେ’ ୧୨ ତାରିଖ ପର୍ଯ୍ୟନ୍ତ ପୁନଃ ପ୍ରସାରଣ ହେବ । ମୋଟ ୩୪ଟି ଭିଡିଓ ପୁନଃ ପ୍ରସାରଣ ହେବେ । ଏହା ଦ୍ୱାରା ଦଶମ ଶ୍ରେଣୀ ଛାତ୍ରୀ ଛାତ୍ରୀ ମାନେ ଉପକୃତ ହେବେ । ପ୍ରତି ଦିନ ଦୁଇ ଥର ଏହା ପ୍ରସାରଣ ହେବ । ପ୍ରତି ଥରରେ ଏକ ଘଣ୍ଟା ପ୍ରସାରଣ ହେବ । ସପ୍ତାହରେ ସେମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହା ଦୂରର୍ଦଶନରେ ପ୍ରସାରଣ ହେବ । ସକାଳ ୧୧ ରୁ ୧୨ଟା ଓ ଦିନ ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ଏହା ପ୍ରସାରଣ ହେବେ । ଏହି ଭିଡିଓ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଇଂରାଜୀ, ଗଣିତ, ଭୂଗୋଳ ଭଳି ପାଠ ପଢିପାରିବେ ।