ପୁରୀ (ଏଟିଆର ବ୍ୟୁରୋ): କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଚଳିତ ରଥଯାତ୍ରାକୁ ନେଇ ଏବେ ଭକ୍ତଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି । ଯେପରିକି ଚଳିତ ବର୍ଷ ସ୍ୱତନ୍ତ୍ର ବିଧି ବିଧାନର ସହ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ? ସେଥିପାଇଁ ଚଳିତ ରଥଯାତ୍ରାକୁ ନେଇ ବଡ ସଂକେତ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ।
ବରିଷ୍ଠ ସେବାୟତଙ୍କ ସଂକେତ ଅନୁଯାୟୀ , ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବି ରଥ ଯାତ୍ରା ଅନୁଷ୍ଠିତ ହେବ । ମାତ୍ର ଏଥରର ରଥଯାତ୍ରା କଟକଣା ଯୁକ୍ତ ହେବ । କରୋନା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବେ ସେବାୟତ । ଏହାସହିତ ଲକ୍ ଡାଉନ୍ ଅବସରରେ ଚନ୍ଦନ ଯାତ୍ର ପଡୁଥିବାରୁ ଚନ୍ଦନ ଯାତ୍ରାରେ ବି କୌଣସି ବାଧା ଉପୁଜିବନି । ସମସ୍ତ ବିଧି ବିଧାନର ସହ ମହାପ୍ରଭୁ ଚନ୍ଦନ ମଣ୍ଡପକୁ ବିଜେ କରିବେ । ଏହାବ୍ୟତିତ କରୋନା ପାଇଁ ସତର୍କତା ଭିତରେ ଚନ୍ଦନ ଯାତ୍ରା, ସ୍ନାନ ଯାତା ଏବଂ ରଥ ଯାତ୍ରା ହେବ ବୋଲି ବରିଷ୍ଠ ସେବାୟତ ସଙ୍କେତ ଦେଇଛନ୍ତି ।