ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଗତ ୨ ଦିନ ହେଲା କାଳ ବୈଶାଖୀ ଲାଗି ରହିଛି । ଅପରାହ୍ନରେ କଳା ହାଣ୍ଡିଆ ମେଘ ସାଙ୍ଗକୁ ପବନ ବେକାକୁ କରୁଛି । ଅପରାହ୍ନରେ ଝଡ ଭଳି ମାଡି ଆସୁଛି କାଳ ବୈଖାଖୀ । ତେବେ ରାଜ୍ୟରେ ୨ ଦିନ ହେଲା କାଳ ବୈଶାଖୀ ଲାଗି ରହିବା ଫଳରେ ଏବେ ରାଜ୍ୟରେ ତାପମାତ୍ରାରେ ପରତବର୍ତ୍ତନ ଦେଖା ଯାଇଛି । ରାଜ୍ୟର ଗୋଟେ ୨ ଟା ଜିଲ୍ଲାକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ପ୍ରାୟ ପାଗରେ ପରିବର୍ତ୍ତନ ହୋଇଛି । ତାପମାତ୍ରା କିଛି ମାତ୍ରାରେ କମ ରହିଛି ।
ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏମିତି ପାଗ ସ୍ଥିିର ରହିବ । ଅର୍ଥାତ ତାପମାତ୍ରା ପୂର୍ବଅପେକ୍ଷା ସାମାନ୍ୟ କମ ରହିବ । ତେବେ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କାଳ ବୈଶାଖୀ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ୨ ଦିନ ପାଇଁ ରାଜ୍ୟରେ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ତେବେ ଏହି କାଳବୈଶାଖୀ ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ ।