ଗଜପତି (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦେହ ଲୋଭୀଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଦୁଷ୍ମର୍ମର ଶିକାର ହେଉଛି ନାରୀ ସମାଜ । ସେ ନାବାଳିକା ହୁଅନ୍ତୁ ବା ବିଧବା ମହିଳା । କେହିବି ବାଦ ପଡୁ ନାହାଁନ୍ତି ଏହି ନର ରାକ୍ଷସଙ୍କ କବଳରୁ । ତେବେ ପ୍ରତ୍ୟେକ ଦିନ ଏଭଳି ଦୁଷ୍ମର୍ମ ଖବର ପ୍ରସାରଣ କରୁଥିଲେ ମଧ୍ୟ ଚେତୁନାହାଁନ୍ତି ଏହି ଦୁଷ୍କର୍ମକାରୀମାନେ । ତେବେ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ନଜରକୁ ଆସିଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି । ପୋଲିସ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି । ଗିରଫ ଅଭିଯୁକ୍ତ ହେଲା ନରେନ୍ଦ୍ର ବୋଇତ । ତା ଘର ଗଜପତି ଜିଲ୍ଲା ପଣସାଡିହ ଗ୍ରାମରେ ।
ପୋଲିସ ରିପୋର୍ଟ ଯୋଗ୍ୟ, ଗତକାଲି ନାବାଳିକା ଛାତ୍ରୀ ତବାରସିଂ ହାଇସ୍କୁଲକୁ ଯାଉଥିବା ବେଳେ ବାଟରେ ନରେନ୍ଦ୍ର ଅଟକାଇଥିଲା । ଏବଂ ଛାତ୍ରୀଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା । ତେବେ ଛାତ୍ରୀ ଘରକୁ ଫେରି ସବୁ କହିବା ପରେ ତାଙ୍କ ବଡବାପା ଅଚ୍ୟୁତ ଦଲାଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଅଭିଯୋଗ ଆଧାରରେ ନରେନ୍ଦ୍ରକୁ ଗିରଫ କରି ପଚରା ଉଚରା କରିବା ସହିତ ଘଟଣାର ତନାଘନା କରୁଛି । ସେପଟେ ଛାତ୍ରୀଙ୍କ ଡାକ୍ତରୀ ମାଇନା ପାଇଁ ପାରଳାଖେମୁଣ୍ଡି ମେଡିକାଲକୁ ପଠାଯାଇଛି । ତେବେ ରିପୋର୍ଟ ଆସିବା ପରେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଦେହ ଲୋଭୀ ମଣିଷମାନେ ବୟସର ତାରତମ୍ୟ ଦେଖୁ ନାହାଁନ୍ତି । ବୃଦ୍ଧାଠାରୁ ଆରମ୍ଭ କରି ନାବାଳିକା ସମସ୍ତେ ଏଭଳି ଦୁଷ୍କର୍ମର ଶିକାର ହେଉଥିବା ଦୀର୍ଘ ଦିନ ହେବ ଲାଗି ରହିଛି । ତେବେ କିଛି ଦିନ ହେବ ନାବାଳିକାମାନେ ବିଶେଷ କରି ଏଭଳି ଦୁଷ୍ମର୍ମର ଶିକାର ହେଉଛନ୍ତି । ଆବାସିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ଦୁଷ୍ମର୍ମର ଶିକାର ହେଉଥିବା ନାବାଳିକାମାନେ ମା ହେବା ମଧ୍ୟ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କେବେ ଚେତିବେ ଏହି ଦେହ ଲୋଗୀ ମଣିଷ ।