ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
4. Bhadrak: 18
5. Balangir: 2
6. Cuttack: 140
7. Deogarh: 13
8. Dhenkanal: 10
9. Gajapati: 1
10. Ganjam: 11
11. Jagatsinghpur: 32
12. Jajpur: 33
13. Jharsuguda: 2
14. Kalahandi: 3
15. Kandhamal: 1
16. Kendrapada: 21
17. Keonjhar: 16
18. Khurda: 286
19. Koraput: 3— I & PR Department, Odisha (@IPR_Odisha) August 22, 2021
20. Malkangiri: 1
21. Mayurbhanj: 21
22. Nayagarh: 22
23. Puri: 35
24. Rayagada: 4
25. Sambalpur: 19
26. Sonepur: 1
27. Sundargarh: 12
28. State Pool: 59New recoveries: 979
Cumulative tested: 17483706
Positive: 1000937
Recovered: 984224
Active cases: 9302— I & PR Department, Odisha (@IPR_Odisha) August 22, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୯୭୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦୯୩୭ ରହିଥିବା ବେଳେ ଏହି ରୋଗରୁ ୯୮୪୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୯୩୦୨ ଜଣ ଚିକିତ୍ସିତ ହେଉଛନ୍ତି ।