ବାଲେଶ୍ୱର(ଏଟିଆର ବ୍ୟୁରୋ):ଦିନକୁ ଦିନ ଯୁବପିଢି ନିଶା ଆଡକୁ ଏତେ ମାତ୍ରରେ ଅଗ୍ରସର କରିଲେଣି ଯେ ସେମାନେ କୌଣସି ବି ଅପରାଧ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ପୋଲିସ୍ ଠାରୁ ଆରମ୍ଭ କରି ସ୍ୱଚ୍ଛାଚାରୀ ସଗଂଠନମାନେ ଯେତେ ନିଶା ଦମନ କରିବାରେ ଉଦ୍ୟମ କଲେ ମଧ୍ୟ ଏହା ଯେପରି କାର୍ଯ୍ୟରେ ଆସୁନାହିଁ ।ଏହିଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୋଲିସ ୨ଜଣ ଯୁବକକୁ ଗିରଫ କରିଛି । ଯାହାଙ୍କ ପାଖରୁ ପାଖାପାଖି ୩୮.୬୪ଗ୍ରାମର ବ୍ରାଉନ ସୁଗାର ପୋଲିସ ଜବତ କରିଛି , ଯାହାର ମୂଲ୍ୟ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କା ହେବ । ଏହି ଦୁଇ ଯୁବକ ହେଲେ ଆଶିକ ଖାଁନ ଓ ଫେୟଜ ମହମ୍ମଦ । ଯୁବକ ଦ୍ୱୟ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ସୂଚନା ମୁତାବକ ଏମାନେ ବାଲେଶ୍ୱରରୁ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ପୋଲିସ୍ ଖବର ପାଇ ସେମାନଙ୍କୁ ୧୬ନମ୍ବର ଜାତୀୟ ରାଜପଥରୁ ଗିରଫ କରିଛି । ବାଇକ ଯୋଗେ ଯାଉଥିବା ବେଳେ ସେମାନଙ୍କୁ କାବୁ କରିଛି ପୋଲିସ । ଦୁଇ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024