ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଆଉ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସାତ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ପଜିଟିଭ ସଂଖ୍ୟା ୬୮ ରେ ପହଞ୍ଚିଛି । ରାଜ୍ୟରେ ସର୍ବମୋଟ ୧୦୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୮ ଟି ପଜିଟିଭ ଆସିଥିବା ବେଳେ ୧୦୫୭୩ ଟି ନମୂନା ନେଗେଟିଭ ରହିଛି ।
ସୂଚନା ଅନୁସାରେ ଗତକାଲି ୯୫୧ ଟି ନମୂନା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତମାନେ କେଉଁ ଏରିଆର ବୋଲି ଜଣାପଡ଼ିନଥିବା ବେଳେ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଟ୍ରେସିଂ ଚାଲିଛି ।