ଅନିୟମିତ ଜୀବନଶୈଳୀ, ଶାରିରୀକ ପରିଶ୍ରମର ଅଭାବ ଏବଂ ଭୁଲ୍ ଖାଦ୍ୟପେୟ ଇତ୍ୟାଦି ଯୋଗୁ ମୋଟାପା ଏବେ ଯୁବପୀଡ଼ିଙ୍କର ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଡାଏଟିଂ ଓ ଏକ୍ସରସାଇଜ ଯାହା କଲେବି କିଛି ସୁଫଳ ମିଳୁନାହିଁ । କିନ୍ତୁ ଆପଣ କେବେ ଖାଦ୍ୟ ରୋଷେଇରେ ନଡ଼ିଆ ତେଲକୁ ବ୍ୟବହାର କରିଛନ୍ତି କି? ଯଦି ନା, ତେବେ ତୁରନ୍ତ କରନ୍ତୁ ।
ଆମେ ପ୍ରତିଦିନ ବ୍ୟବହାର କରୁଥିବା ରିଫାଇନ୍ ତେଲରେ ପ୍ରଚୁର ମାତ୍ରାରେ ଚର୍ବି ରହିଛି ଯାହା ଶରୀରକୁ ଯାଇ ମେଦବୃଦ୍ଧିରେ ସହାୟକ ହୋଇଥାଏ । ଯାହା ନଡ଼ିଆ ତେଲ କ୍ଷେତ୍ରରେ ହୋଇନଥାଏ । ସହଜରେ ଉପଲବ୍ଧ ହେଉଥିବା ଏହି ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କଲେ ତାହା ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ । ତା’ ସହିତ ଶରୀରରେ ଜମି ରହିଥାଏ କ୍ଷତିକାରକ ଚର୍ବିକୁ ସେ ଏନର୍ଜିରେ ରୂପାନ୍ତର କରିଥାଏ ।
ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ସହଜରେ ହଜମ ହୋଇଥାଏ କାରଣ ଏଥିରେ କମ ଫ୍ୟାଟି ଏସିଡ ରହିଥାଏ । ନଡ଼ିଆ ତେଲରେ ଥିବା ଟ୍ରାଇଗ୍ଲିସରାଇଡ ଶରୀରର ମେଟାବଲିଜିମକୁ ବୃଦ୍ଧି କରିଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ ୨ରୁ ୩ ଚାମଚ ନଡ଼ିଆ ତେଲ ସାମିଲ କରନ୍ତୁ ।
ମେଦବୃଦ୍ଧିର ସବୁଠୁ ବଡ଼ କାରଣ ହେଉଛି ବାରମ୍ବାର ଖାଇବା, ଯାହା ନଡ଼ିଆ ତେଲ ଖାଇବା ଦ୍ୱାରା କଂଟ୍ରୋଲ ହୋଇଥାଏ । ନଡ଼ିଆ ତେଲରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଓ କ୍ୟାଲୋରୀ ରହିଥାଏ ଯାହା ଖାଦ୍ୟ ପ୍ରତି ଲାଳସାକୁ କମାଇ ଦେଇଥାଏ । ସେହିପରି ନଡ଼ିଆ ତେଲ ହରମୋନ ସନ୍ତୁଳନ ରକ୍ଷା କରିଥାଏ ଯାହା ଓଜନ ବୃଦ୍ଧିର କାରଣ ହୋଇଥାଏ ।