ପୁରୀ (ଏଟିଆର ବ୍ୟୁରୋ ) ; ଶେଷରେ ଗିରଫ ହେଲେ ଆଉ ୧୨ ଜଣ ଆନ୍ଦୋଳନକାରୀ । ଗତ ୩ ତାରିଖରେ ପୁରୀରେ ଲଙ୍କାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀଙ୍କ ମଧ୍ୟରୁ ଆଜି ସିଂହଦ୍ୱାର ଥାନା ପୋଲିସ ଗିରଫ କରିଥିବାର ସୂଚନା ମିଳିଛି । ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଗତ ୩ ତାରିଖରେ ପୁରୀ ସହରରେ ବ୍ୟପକ ଭଙ୍ଗାରୁଜା ସହ ଜଳାପୋଡାରେ ସଂମ୍ପୃକ୍ତ ଥିଲେ ବହୁ ଆନ୍ଦୋଳନକାରୀ ।
ସେମାନେ ଏମିତିକି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭନରେ ଟେକା ପଥର ଫିଙ୍ଗିବା ସହ ବାସଭବନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏପରି ଅଭିଯୋଗରେ ଟାଉନ ଥାନା ପୋଲିସ ପୂର୍ବରୁ ୧୧ ଜଣକୁ ଗିରଫ କରିଥିବା ବେଳେ ଆଜି ଆଉ ୧୨ ଜଣକୁ ସିଂହଦ୍ୱାର ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଅନେକ ଗୁମାସ୍ତା ଥିବା ଜଣାପଡିଛି ।
ସେପଟେ ପୁରୀରେ ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀ ଆକ୍ରମଣାତ୍ମକ ମନୋଭାବ ରଖି ବହୁ ସରକାରୀ ସମ୍ପତି ନଷ୍ଟ କରିଥିଲେ । ସେମାନେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସମେତ ପୁରୀ ଟାଉନ ଥାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏମିତି କି ଲୁଟପାତ ମଧ୍ୟ କରିଥିଲେ ଆନ୍ଦୋଳନକାରୀ । ତେବେ ଏପରି ଆଭିଯୋଗକୁ ନେଇ ମୋଟ ୨୩ ଜଣ ଆନ୍ଦୋଳନକାରୀଙ୍କୁ ପୁରୀ ଟାଉନ ଥାନା ଓ ସିଂହଦ୍ୱାର ଥାନା ପୋଲିସ ଗିରଫ କରିଛି ।