ଭୁବନେଶ୍ୱର (ଏଟିଅ।।ର ବ୍ୟୁରୋ): ଆଜି ଆମେ ଆପଣଙ୍କୁ କିଛି ସବୁଜ ପନିପରିବା ବିଷୟରେ କହିବାକୁ ଯାଉଛୁ, ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ । ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁଜ ପରିବା ବିଷୟରେ…
କଲରା : କଲରା ପାଟିକୁ ପିତା ଲାଗିଥାଏ ସତ କିନ୍ତୁ ଏହା ଖୁବ୍ ଉପକାରୀ । କଲରା ସେବନ ଦ୍ୱାରା ହାର୍ଟ ଆଟାକ୍ ସମସ୍ୟା ଦେଖାଯାଏ ନାହିଁ । ଏହାସହିତ ଚର୍ମରୋଗ ଏବଂ ମଧୁମେୟ ରୋଗୀଙ୍କ ପାଇଁ ବି ଏହା ଉପଯୋଗୀ ହୋଇଥାଏ ।
ବିନ୍ସ: ସବୁଜ ବିନ୍ସରେ ପ୍ରଚୁର ଆଇରନ ରହିଛି । ଏହାସହିତ ବିନ୍ସ ତରକାରୀ ରେ ଫାଇବର ଏବଂ କର୍ବୋହାଇଡ୍ରେଟ ଥାଏ । ଏହାକୁ ସେବନ କରିବା ଦ୍ୱାରା ହାଡ ମଜବୁତ ହୋଇଥାଏ ।
ମୂଳା: ମୂଳା ତରକାରୀ ସେବନ କରିବା ଦ୍ୱାରା କର୍କଟ ରୋଗରୁ ରକ୍ଷା ପାଇ ପାରିବେ । ଏହାଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଏହାସହିତ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ।