ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ମୁକାବିଲା କରିବା ପାଇଁ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରେ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଯଦି କରୋନା ଆକ୍ରାନ୍ତ ରୋଗୀଙ୍କୁ କୌଣସି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଚିକିତ୍ସା କଲା ବେଳେ ସେମାନଙ୍କର ମୃତ୍ୟୁ ଘଟେ, ତେବେ ସେମାନଙ୍କର ପରିବାର ସଦସ୍ୟଙ୍କୁ ସହାୟତା ରାଶି ଭାବେ ୫୦ ଲକ୍ଷ ଟଙ୍କା ଦିଆଯିବ । ଏହି ନିୟମ ଉଭୟ ସରକାରୀ ଏବଂ ଘରୋଇ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଲାଗୁ ହେବ । ଏହାସହିତ ପରିବାରକୁ ଅବସର ଯାଏଁ ପୁରା ଦରମା ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ । ଏହାସହିତ ସେମାନଙ୍କୁ ସହିଦର ସମ୍ମାନ ମିଳିବ । ଯଦି କୌଣସି ବ୍ୟକ୍ତି ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ କାଡା ଆଭିମୁଖ୍ୟ ଗ୍ରହଣ କରାଯିବା ସହ ତାଙ୍କୁ ଗିରୋଫ କରାଯିବ ।