ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇ ଦିଆଯାଇଛି । ଭୁବନେଶ୍ୱରର ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇ ଦିଆଯାଇଛି । ଏହି ଅଞ୍ଚଳ ମାନଙ୍କରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏଠାରେ କଟକଣା ଜାରି କରାଯାଇ ଏହାକୁ ସିଲ୍ କରି ଦିଆଯାଇଥିଲା । ତେବେ ସିଲ୍ କରାଯାଇଥିବା ଜାଗା ଗୁଡିକରେ ସନ୍ଦିଗ୍ଧ ମାନଙ୍କର ନମୁନା ପରୀକ୍ଷା କରା ଯାଇଥିଲା । ସମସ୍ତ ପରୀକ୍ଷା ନେଗେଟିଭ ଆସିବା ପରେ ବିଏମସି ପକ୍ଷରୁ ଏଠାରେ କଣ୍ଟେନମେଣ୍ଟ ଜୋନ୍ ଉଠାଇ ଦିଆ ଯାଇଛି ।
BMC has withdrawn the containment zones of Bomikhal, SatyaNagar & SuryaNagar area.
The active surveillance will continue till the next 7 days as a measure of precaution in these areas. Lockdown conditions will continue as such.
We thank all for cooperation.#StayHome #StaySafe pic.twitter.com/ib75IHnu55
— BMC (@bmcbbsr) April 22, 2020
ତେବେ ଏହି ଅଞ୍ଚଳରେ ଆସନ୍ତା ୭ଦିନ ଯାଏ ଘରକୁ ଘର ବୁଲି ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ । ନା ଭୁବନେଶ୍ୱରରୁ ଗତ ସାତ ଦିନ ହେବ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି । ତେଣୁ ବିଏମସି ପକ୍ଷରୁ ଏପରି ନିଷ୍ପତି ନଆଯାଇଥିବା ଅନୁମାନ କରାଯାଉଛି । ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ମୋଟ ୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩ ଜଣ ଠିକ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।