ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରର ସମସ୍ତ ସଂଯୋଗ ନାଭିରେ ହୋଇଥାଏ । ନାଭିର ସିଧା ସମ୍ବନ୍ଧ ତ୍ୱଚା ସହ ହୋଇଥାଏ । ସେଥିପାଇଁ ଆପଣ ନାଭିରେ ବିଭିନ୍ନ ପ୍ରକାରର ତେଲ ଲଗାଇ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ନାଭିରେ ତେଲ ଲଗାଇବାର ଫାଇଦା ବିଷୟରେ…
– ଯଦି ଆପଣଙ୍କ ତ୍ୱଚାରେ ଆକ୍ନେ ବା ବ୍ରଣ ସମସ୍ୟା ଥିବ ତେବେ ସେଥିପାଇଁ ନିୟମିତ ନାଭିରେ ଲିମ୍ବ ତେଲ ଲଗାନ୍ତୁ । ନିୟମିତ ଏହି ତେଲ ବ୍ୟବହାର କରିବା ଦ୍ୱାରା ତ୍ୱଚାରୁ ବ୍ରଣ ଭଲ ହୋଇଯିବ ।
– ଋତ ପରିବର୍ତ୍ତନ ଯୋଗୁଁ ତ୍ୱଚାର ରଙ୍ଗ ଖରାପ ହୋଇଯାଇଥାଏ । ସେଥିପାଇଁ ନିୟମିତ ନାଭିରେ ବାଦାମ ତେଲ ଲଗାନ୍ତୁ । ଏହାଦ୍ୱାରା ତ୍ୱଚା ଚମକି ଉଠିବ ।
– ଯଦି ଆପଣଙ୍କ ଓଠ ଫାଟୁଥିବ ତେବେ ସେଥିପାଇଁ ନିୟମିତ ସ୍ନାନ ପରେ ନାଭିରେ ସୋରିଶ ତେଲ ଲଗାନ୍ତୁ । ଏହାଦ୍ୱାରା ଓଠ ନରମ ରହିବ ଆଉ ଫାଟିବ ନାହିଁ ।
– ନାଭିରେ ନଡିଆ ତେଲ ଲଗାଇବା ଦ୍ୱାରା ପ୍ରଜନନ କ୍ଷମତା ବୃଦ୍ଧି ହୋଇଥାଏ ।
– ସେହିପରି ଗାଇ ଘିଅକୁ ନାଭିରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ରହିଥାଏ ।