ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନାକୁ ନେଇ ସବୁଦେଶ ଏବେ ଗୋଟେ ଅଦୃଶ୍ୟ ଅ।।ଙ୍କା ଦେଇ ଗତିକରୁଛି । ଆଗାମୀ ଭବିଷ୍ୟତକୁ କୌଣସି ବି ଦେଶ ସଠିକ ଭାବେ ଆକଳନ କରି ପାରୁନାହିଁ । ରୋଗ ନିରାକରଣ ପାଇଁ ସଠିକ ଭ୍ୟାକସିନ ନ ବହାରିବା ପର୍ଯ୍ୟନ୍ତ ଏହି ମହାମାରୀ ଭାଇରସକୁ ସମ୍ପୂଣ୍ର୍ଣ୍ର ନିୟନ୍ତ୍ରଣକୁ ଆଣିବା ସମ୍ଭବ ନହେଁ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି । ଏବେ ପ୍ରତ୍ୟେକ ଦେଶ ପାଖରେ ଗୋଟିଏ ମାତ୍ର ବିକଳ୍ପ ରହିଛି ଲକ ଡାଉନ । ଯାହା ନହେଲେ ଏହି ସଂକ୍ରମଣର ହ୍ରାସକୁ କମାଇ ଦିଆଯାଇ ପାରିବ ନାହିଁ
। ତେବେ ଏହିଭଳି ଏକ ଘଡିସନ୍ଧି ମୂହୂତ୍ତରେ ଡବ୍ଲୁଏଚଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଏକ ବୟାନ ଦେଇଛି । ଯାହା ଏବେ ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି ଯେ ଜଣେ ବ୍ୟକ୍ତିଠାରୁ କରୋନା ଠିକ ହୋଇଯିବା ପରେ ପୁଣି ଯେ ନଫେରିବ ତାର ସେମିତି କିଛି ସଠିକ ପ୍ରମାଣ ନାହିଁ । ବ୍ୟକ୍ତିଠାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ସେମିତି ସତେକ ରହିବ ତା ମଧ୍ୟ ଠିକ ନାହିଁ ।
ସୂଚନାଯୋଗ୍ୟ ପୂର୍ବରୁ ଏମିତି କିଛି ଖବର ନଜରକୁ ଆସିଛି । ଥମେ କେରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ କରୋନା । ଲେଉଟୁଥିବାର । ଅନ୍ୟପଟେ ଗତକାଲି ଠାରୁ ଦେଶରେ ଲକଡାଉନ କଟକଣାରେ ବ୍ୟାପକ ମାତ୍ରାରେ କୋହଳ କରାଯାଇଛି । ଗତକାଲି ଠାରୁ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।