ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ସତ ଲେଖିବାରୁ ପୋଡିଲା । ବାଟରେ ଅଟକାଇ ଧମକାଇଲେ । ଏଟିଆର ସ୍ୱତନ୍ତ୍ର ପତିନିଧିଙ୍କୁ ଖୁଲମଖୁଲ୍ଲା ଧମକ । ଆଉ କେହି ନୁହେଁ ବରଂ ଏହି ଧମକ ଦେଇଛନ୍ତି ସେହି କରିତକର୍ମା ଏଏସଆଇ । ଯାହାଙ୍କ କେଳଙ୍କାରୀ ସମ୍ପର୍କରେ ପର୍ଦ୍ଦାଫାଶ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ଏଟିଆର । ଏପଟେ ଖବର ପ୍ରକାଶ ପାଇନି କିନ୍ତୁ ବାବୁଙ୍କର ଶହେ ଶହେରେ ଫାଟିଛି । କାଳେ ଲୁଚିଥିବା ସତ ସାମ୍ନାକୁ ଆସିବ ଆଉ ବାବୁ ଲଙ୍ଗଳା ହୋଇଯିବେ ସେହି ଡର ଘାରିଛି । ତେଣୁ ବାବୁ ନିଜ କେଳଙ୍କାରୀ ଚପାଇବାକୁ ଏବେ ପୂରା ବଳ କଷିଛନ୍ତିି ।
ଯେନତେନ ଏଟିଆରର ମୁହଁ ବନ୍ଦ କରିବାକୁ ପ୍ରୟାସ ଚଳାଇଛନ୍ତି । ପ୍ରଥମେ ଲାଞ୍ଚ ଓ ଶେଷରେ ନିରାଶ ହେବା ପରେ ବାବୁ ଦେଖାଇଛନ୍ତି ନିଜ ଔକାତ । ସିଧା କହିବାକୁ ଗଲେ ପରୋକ୍ଷରେ ପୁଲିସ ପାୱାର ଦେଖାଇ ଧମକାଇଛନ୍ତି । ବିଶ୍ୱାସ ହେଉନଥିଲେ ବି କଥାଟା ଏକଦମ ସତ । ଯାହାର ପ୍ରମାଣ ଲାଗିଛି ଏଟିଆର ହାତରେ । ଖୁବଶୀଘ୍ର ଏହି ପ୍ରମାଣ ପୁଲିସ ଡିଜି, କୋର୍ଟ ଏବଂ ମାନବାଧିକାର କମିଶନଙ୍କ ପାଖରେ ପହଞ୍ଚିବ । କେବଳ ଏତିକି ନୁହେଁ ଗଣମାଧ୍ୟମକୁ ଧମକ ଦେବା ଓ କଣ୍ଠରୋଧ କରିବା ପ୍ରତିବାଦରେ ଖୁବଶୀଘ୍ର ଡିଜିପି କ୍ୟାମ୍ପ ଅଫିସ ଘେରାଉ ହେବ ବୋଲି ଭୁବନେଶ୍ୱର ସାମ୍ବାଦିକ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ ଅନୁସାରେ ବଡ଼ବଜାର ଅଞ୍ଚଳରେ ଚାଲିଥିବା ଘୋଟାଲାର ପର୍ଦ୍ଦାଫାସ କରିବା ପରେ ଜଣେ ଏଏସଆଇଙ୍କ କାରନାମା ସମ୍ପର୍କରେ ତଥ୍ୟ ସହ ଖବର ପ୍ରକାଶ ପାଇବା ନେଇ ପୂର୍ବରୁ ସୂଚନା ଦେଇଥିଲା ଏଟିଆର । ଲୋକଙ୍କ ଅଭିଯୋଗ ଥିଲା ଜଣେ ଏଏସଆଇ ପୂରା ଅଞ୍ଚଳରେ ଏବେ ତାଣ୍ଡବ ରଚୁଛନ୍ତି ।ତାଙ୍କ ଉତ୍ପାତରେ ପୂରା ଲୋକେ ଥରହର ହେଉଥିବା ବେଳେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ବି ଚୁପ ରହୁଛନ୍ତି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଆଉ କାହା ବଳରେ ସମ୍ପୃକ୍ତ ଏଏସଆଇ ଜଣଙ୍କ ଏତେ ବଳିୟାନ ସେନେଇ ଅନୁସନ୍ଧାନ ଆରମ୍ଭ କରିଥିଲା ଏଟିଆର ଟିମ । ତେବେ ଏନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ସମ୍ପୃକ୍ତ ଏଏସଆଙ୍କ ନିଦ ହଜିଯାଇଥିଲା । କାଳେ ତାଙ୍କ କେଳଙ୍କାରୀ ପଦାକୁ ଆସିଯିବ ସେହି ଭୟରେ ଖବର ଚପାଇବାକୁ ଉଦ୍ୟମ କରିଥିଲେ । ହେଲେ ସମ୍ଭବ ନହେବାରୁୁ ବାବୁ ନିଜ ଔକାତକୁ ଫେରିଛନ୍ତି । ବାଟରେ ଆସୁଥିବା ସମୟରେ ଏଟିଆର ପ୍ରତିନିଧିଙ୍କୁ ଦେଖି ନିଜ ଖବର ଚପାଇବାକୁ କହିବା ସହ ନହେଲେ ମତେ ଚିହ୍ନିବୁ ବୋଲି କହି ଧମକ ଦେଇଛନ୍ତି ।
ଏଠି ପ୍ରଶ୍ନ ବାବୁ ଯଦି ଏତେ ସଚୋଟ ତେବେ କାହିଁକି ଫାଟୁଛି? ସେପଟେ ଏନେଇ ଖୁବଶୀଘ୍ର ଏଟିଆର ନ୍ୟୁଜ ମୁଖ୍ୟ ଅଫିସ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବ । ଏଠାରେ ସୂଚନାଥାଉକି, ସମ୍ପୃକ୍ତ ଏଏସଆଇଙ୍କ ପୂରା ବାୟୋଡାଟା ଏବେ ଏଟିଆରର ହସ୍ତଗତ ହୋଇଛି । କିଭଳି ସେ ନିଜର ପାୱାର ଦେଖାଉଛନ୍ତି? ତଳ ପୋଷ୍ଟରରେ ରହି ମଧ୍ୟ କିଭଳି ବଡ଼ବଡ଼ିଆଙ୍କୁ ନଚାଉଛନ୍ତି ତାହାର ପର୍ଦ୍ଦାଫାସ କରିବ ଏଟିଆର ।
ବାବୁଙ୍କ ଜାଣିବା ଲାଗି ଆମେ କହି ରଖୁଛୁ… ନିର୍ଭିକ, ନିରପେକ୍ଷ ଆଉ ଟିକେ ନିଆରା । ସବୁବେଳେ ଆମର ଅନ୍ଦାଜ । କାରଣ ଆମେ ହିଁ ଦେଉ ସେହି ଖବର ଯାହା ସତ । ନା କାହାର ପକ୍ଷ ନେଉ ନା ପକ୍ଷପାତିତାକୁ ବରଦାସ୍ତ କରୁ । ଖାସ ଏଥିଲାଗି ତ’ ଆମେ ସବୁବେଳେ ସଜାଗ ସର୍ତକ ଓ ସଚେତନ । କାରଣ ଆମେ ହେଉଛୁ ଟିମ ଏନି ଟାଇମ ରିପୋର୍ଟିଂ । ରିପୋର୍ଟ: ନବୀନ ରାଜ ଆଚାରୀ