ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା କବଳରେ କଲବଲ ହେଉଛି । ତେବେ ଏହି ଗତ କିଛିଦିନ ତଳେ ସୂଚନା ମଳିଥିଲା କି ରାଷ୍ଟ୍ରପତି ଭବନରେ ଜଣେ ମହିଳା କରୋନା ପଜିଟିଭ ହୋଇଥିବା । ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟରେ ଜଣେ ବ୍ୟକ୍ତି ଏବେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଦୁଇ ଜଣ ରେଜିଷ୍ଟାରଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ୨ ଜଣ ରେଜିଷ୍ଟାରଙ୍କୁ ଏବେ ଆଇସୋଲେସନ କରାଯାଇଛି ।
ଗତ ୧୬ ଅପ୍ରେଲରେ କର୍ମଚାରୀ ଜଣଙ୍କ ଅଫିସ ଆସିବା ପରେ ଦୁଇ ଦିନ ପରେ ତାଙ୍କୁ ତଣ୍ଡା ହୋଇଥିଲା । ପରେ ତାଙ୍କ ନମୂନା ସଂଗ୍ରହ କରି ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସୁପ୍ରିମକୋର୍ଟରେ କରୋନା ଏହା ପ୍ରଥମ ମାମଲା । ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ଏବେ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ସୂଚନାଯୋଗ୍ୟ ଏବେ ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣୀ ଚାଲିଛି ।