ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ ଖୁବ୍ ଶୀଘ୍ର ତାର ନୂତନ ସ୍ମାର୍ଟଫୋନ ଓପୋ ଏ୯୫ ୪ଜି ଲଞ୍ଚ କରିବାକୁ ଯାଉଛି । ଏବେ ଏହି ଫୋନର ଫଟୋ ଲିକ୍ ହୋଇଛି । ଯେଉଁଥିରେ ଆପଣ ଫୋନର ରିୟର କ୍ୟାମେରା ଦେଖି ପାରିବେ ।
ଓପୋ ଏ୯୫ ୪ଜି ସ୍ମାର୍ଟଫୋନ ଷ୍ଟେରୀ ବ୍ଲାକ ଏବଂ ରେନବୋ ସିଲଭର କଲର ଅପ୍ସନ ସହିତ ଆସିବ । ଏଥିରେ ପଞ୍ଚହୋଲ ଏମୋଲେଡ ଡିସପ୍ଲେ ଏବଂ ଟ୍ରିପଲ ରିୟର କ୍ୟାମେରା ମିଳିବ । ଏହି ଫୋନର ବାମ ପଟରେ ଭଲ୍ୟୁମ ବଟନ ଏବଂ ଡାହାଣ ପଟେ ପାୱର ବଟନ ଦିଆଯିବ ।