ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ କ୍ରୀଡା ମନ୍ତ୍ରୀ କିରେନ ରିଜୁଜ ସୋମବାର କହିଛନ୍ତି କି କବାଡିକୁ ଅଲମ୍ପିକ୍ ରେ ସାମିଲ କରିବା ଦେଶର ଅନ୍ତିମ ଲକ୍ଷ୍ୟ । କବାଡିର ପ୍ରତିଭା ନା କେବଳ ଭାରତ ଏବଂ ଏସିୟାରେ ବରଂ ପୁରା ବିଶ୍ୱରେ ରହିଛି ।
ଭାରତୀୟ କ୍ରୀଡା ପ୍ରାଧିକରଣ ଦ୍ୱାରା ୨୦ଟି କ୍ରୀଡା ବିଷୟ ଉପରେ ଆୟୋଜିତ ଅନଲାଇନ୍ କୋଚ୍ ଜ୍ଞାନ ଅଧିବେଶନ କିରେନ୍ ରିଜୁଜ୍ ସମ୍ବୋଧିତ କରୁଥିଲେ । ଏହି ଅଧିବେଶନରେ ଭାରତ, କୋରିଆ, ଏବଂ ମାଲେସିଆ ସିହିତ ଅନ୍ୟ ଦେଶର ୭୦୦ ଅଧିକ କବାଡି କୋଚ୍ ଭାଗ ନେଇଥିଲେ ।
ରିଜିଜୁ କହିଛନ୍ତି, ପୂର୍ବରୁ କବାଡିକୁ ଏସିଆଇ କ୍ରୀଡାରେ ସାମିଲ କରାଯାଇଛି । ଏବେ ନା କେବଳ ଭାରତକୁ ବରଂ ସମସ୍ତ ଏସିଆ ଦେଶକୁ ସାମ୍ନାକୁ ଆସିବା ଉଚିତ୍ ଏବଂ ଏହି ବିଷୟରେ ସୁନିଶ୍ଚିତ କରିବା କଥା କି ଏବେ ଏହି ଖେଳ ଅଲମ୍ପିକରେ ବି ସାମିଲ ହେବ । ଏହା ଆମର ଅନ୍ତିମ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମକୁ ଭାରତରେ ଏହି ଖେଳର ସ୍ତରରେ ପରିବର୍ତ୍ତନ କରିବାକୁ ହେବ । ଏହାସହିତ ସୁନିଶ୍ଚିତ କରିବାକୁ ହେବ କି ଆମେ ଭାରତ ଏବଂ ଅନ୍ୟ ଦେଶର ଭୌଗୋଳିକ ସ୍ଥାନରେ ଏହାର ପ୍ରଚାର କରିବା ।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ବିଶ୍ୱାସ ରହିଛି ଆମେ କୋଭିଡ୍ ଯୁଦ୍ଧରେ ଜିତିବା । ଏହାସହିତ ବହୁତ ଶୀଘ୍ର ପ୍ରଶିକ୍ଷଣ ମଇଦାନକୁ ଫେରିବା ।