ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କୁହାଯାଉଥିବା ତାନଶାହ କିଙ୍ଗ ଜଙ୍ଗ ଦୀର୍ଘ ୨୦ ଦିନର ଆଶଶ ଆଶଙ୍କାରେ ପୂର୍ଣ୍ଣଛେଦ ପକାଇଛନ୍ତି । ଦୀର୍ଘ ୨୦ ଦିନ ପରେ ଏବେ ସେ ପୁଣି ନଜରକୁ ଆସିଥିବା କୁହାଯାଉଛି । ସେଠାକାର ସରକାରୀ ଖବର ମୁତାବକ କିଙ୍ଗ ଜଙ୍ଗ ଗତକାଲି ଏକ ସାରକାରଖାନାର ଉଦଘାଟନ କରିଥିବା ଖବର ପ୍ରକାଶ ପାଇଛି । ଏହି ଉତ୍ସବରେ ତାଙ୍କ ଭଉଣୀ ମଧ୍ୟ ତାଙ୍କ ନିକଟରେ ଠିଆ ହୋଇଥିବା କୁହାଯାଉଛି । ପ୍ରକାଶ ପାଇଥିବା ଏହି ଫଟୋରେ ସେ ଲାଲ ରିବନ କଟୁଥିବା ଦେଖା ଯାଇଛନ୍ତି ।
ସୂଚନାଯୋଗ୍ୟ ଗତ ଏପ୍ରିଲ ୧୫ ତାରିଖରୁ ହଠାତ କିଙ୍ଗ ଜଙ୍ଗ କୁଆଡେ ଅନ୍ତର୍ଧାନ ହୋଇ ଯାଇଥିଲେ । ଏମିତିକି କିଛି ଗୁଇନ୍ଦା ରିପୋର୍ଟ କହିଥିଲା କିଙ୍ଗ ଜଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି । ଏମିତିକି କିଛି ଗଣମାଧ୍ୟମ ମଧ୍ୟ ଦାବି କରିଥିଲେ ତାଙ୍କର ମୃତ୍ୟୁ ହୋଇ ସାରିଛି ବୋଲି । ମାତ୍ର ଗତ ୩ ସପ୍ତାହ ହେଲା ଲାଗି ରହିଥିବା ଏହି କଳ୍ପନା ଜଳ୍ପନାରେ ଏବେ ପୂର୍ଣ୍ଣଛେଦ ପଡିଛି ।