ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱରେ କାୟା ମେଲାଇଛି କରୋନା । ପ୍ରତ୍ୟେକ ଦିନ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୬ ହଜାର ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ଭାରତରେ ବି ଏହି ଭାଇରସ ଦ୍ରୁତ ଗତିରେ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ୯ ହଜାରରଚ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ଥରେ ଚେତାବନୀ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡରସ ଅଧନମ କହିଛନ୍ତି କି, କରୋନା ଭାଇରସରୁ ଏବେ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ । ବିଶ୍ୱରେ କରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗୋଟେ ଦିନ ମଧ୍ୟରେ ୧ ଲକ୍ଷ ୩୬ ହଜାର ନୂତନ ମାମଲା ସାମ୍ନାକୁ ଆସିଛି । କେବଳ ଆମେରିକା ଏବଂ ଦକ୍ଷୀଣ ଏସିଆ ରେ କରୋନାର ୭୫ ପ୍ରତିଶତ ମାମଲା ସାମ୍ନାକୁ ଆସିଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଗତ ୧୦ ଦିନ ମଧ୍ୟରେ ୯ ଟି ଦେଶରେ ଏକ ଲକ୍ଷରର ଅଧିକ ମାମଲା ସାମ୍ନାକୁ ଆସି ସାରିଛି । କେବଳ ରବିବାର ଗୋଟେ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ପାଖାପାଖି ଛୁଇଁଛି । ଆମେରିକା ସମେତ ଆଫ୍ରିକାର ଅନେକ ଦେଶରେ କରୋନା ଭାଇରସର ମାମଲା ବଢିବାରେ ଲାଗିଛି । ସେହିପରି କିଛି ଦେଶରେ ଭଲ ସଂକେତ ବି ଆସିଛି । ୟୁରୋପରେ କରୋନା ମାମଲା ଏବେ କମିଛି । କିନ୍ତୁ ସବୁଠାରୁ ବଡ କଥା ହେଲା ଭାରତରେ ଏବେ କରୋନାର ବିସ୍ଫୋରଣ ହୋଇନାହିଁ । ବିପଦ ଏବେ ବି ଜାରି ରହିଛି ।