ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଆଜି ସକାଳୁ ପୁଣି ଜଣେ ପଜିଟୀଭ ଚିହ୍ନଟ ହୋଇଛି । ଏହି ଚିହ୍ନଟ ଗଞ୍ଜାମର ବୋଲି ଜଣା ପଡିଛି । ଗଞ୍ଜାମରେ ଏବେ ମୋଟ ପଜିଟିଭ ସଂଖ୍ୟା ୩ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ ନାଁ ବହାର ରାଜ୍ୟ ଫେରନ୍ତା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହି ବଜିଟିଭ ମିଶିବା ପରେ ଏବେ ରାଜ୍ୟରେ ମୋଟ ପଜିଟୀଭ ୧୭୦ କୁ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ୧୦୯ ସକ୍ରିୟ ରହିଛନ୍ତି । ଏବଂ ୬୦ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ସାରିଛନ୍ତି । ମୃତ୍ୟୁ ସଂଖ୍ୟା ୧ ରହିଛି ।