ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ବାଲେଶ୍ୱର ଜିଲ୍ଲାରୁ ହୋଇଛି । ଯାହାଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୮ କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ରାଜ୍ୟରେ ଏବେ ମୋଟ ୪୭୪୫୪ ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୭୮ ଟି କେସ ପଜିଟିଭ ବାହାରିଛି । ସେହିଭଳି ଆକ୍ଟିଭ କେସ ୧୧୬ ଟି ରହିଛି । ୬୦ ଜଣ ସୁସ୍ଥ ହୋଇ ସାରିଲେଣି । ମୃତ୍ୟୁ ୨ ରହିଛି । ରାଜ୍ୟରେ ଆଜି ଦ୍ୱିତୀୟ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ଘର ଭୁବନେଶ୍ୱର ମଧୁସୂଦନ ନଗରର ।
ସେ କିମସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଆଜି ସକାଳେ ଗଞ୍ଜାମ ଜିଲ୍ଲାରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଏଇ ନିକଟରୁ ସୁରତରୁ ଫେରିଥିଲେ । ତାଙ୍କ ନମୂନା ଆଜି ପଜିଟିଭ ଆସିଛି ।