ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ପଟେ ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପଶ୍ଚିମବଙ୍ଗ ଫେରନ୍ତା ପ୍ରଶାସନର ଚିନ୍ତା ବଢାଇବାରେ ଲାଗଛି । ସେହିପରି ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ସୁରଟ ଫେରନ୍ତା ଶ୍ରମିକ ମାନେଙ୍କର ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗଞ୍ଜାମ ଜିଲ୍ଲାର ସ୍ଥିତି ପରଖିବା ପାଇଁ ଦୁଇଟି ବିଶେଷଜ୍ଞ ଟିମ ପ୍ରସ୍ତୁତ କରାଯାଇଛି । ଏହି ଟିମ ଦୁଇଟି ଗଞ୍ଜାମ ଜିଲ୍ଲାରେ ସ୍ଥିତି ପରଖିବା ପାଇଁ ଯିବେ । ଏହି ଟିମ୍ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଜୋନ୍ ତଦାରଖ କରିବେ ବୋଲି ଜଣାପଡ଼ିଛି।
ଏହି ଟିମ୍ ରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଓ ଭୁବନେଶ୍ୱର ଆରଏମଆରସି ବୈଜ୍ଞାନିକ ଜୟସିଂ କ୍ଷେତ୍ରୀ ଙ୍କୁ ଏହି ଟିମର ଦୁଇଟି ଦାୟିତ୍ୱ ଦିଆଯାଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧାର ଗଞ୍ଜାମ ଜିଲ୍ଲାରେ ୪ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯେଗ୍ୟା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତୁ ହୋଇଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ଟିଭ କେସ୍ ୧୧୬ରେ ପହଞ୍ଚିଛି ।