ବିନିକା(ଏଟିଆର ବ୍ୟୁରୋ): ଅଧା ବାଟରେ ଅଟିକି ରହିଛି ସୁରଟ ଫେରନ୍ତାଙ୍କ ବସ୍ । ବର୍ତ୍ତମାନ ଚାରି ଆଡେ କରୋନା ଭାଇରସ ବ୍ୟାପୁଛି । ଏହାକୁ ନଜରରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରିଦେଇଛନ୍ତି କେନ୍ଦ୍ର ସରକାରେ । ତେବେ ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ସୁରଟରୁ କିଛି ବସ୍ ପ୍ରବାସୀ ଓଡିଆଙ୍କୁ ନେଇ ଓଡିଶା ବାହାରିଥିଲା । ପ୍ରଥମରୁ ହିଁ ବାଟରେ ଦୁଇଟି ବସ୍ ଦୁର୍ଘଟଣା ହୋଇଥିଲା । ତେବେ ଏହା ପରେ ୫ଟି ବସ ପ୍ରବାସୀ ଓଡିଆଙ୍କୁ ଧରି ସୁରଟରୁ ଓଡିଶା ଆଭିମୁଖ୍ୟ ଯାତ୍ରା ଆରମ୍ଭ କରିଥିଲା । ହେଲେ ଆଧାବାଟରେ ଏହି ବସ୍ ଗୁଡିକ ଅଟକି ରହିଛି ।
ଗତକାଲି କଳା ବୈଶାଖୀ ଯୋଗୁ କିଛି ଗଛ ରାସ୍ତାରେ ଉପୁଡି ପଡିଥିଲା । ଫଲରେ ବରପାଲି-ବିନିକା ମୁଖ୍ୟ ରାସ୍ତା ଏମଡିଆର-୩୯ ଠାରେ ଯାତାୟାତ ବନ୍ଦ ରହିଥିଲା । ଏହି ରାସ୍ତା ଦେଇ ଆସୁଥିବା ୫ଟି ସୁରଟ ଫେରନ୍ତା ବସ୍ ଅଟକି ରହିଛି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଛି । ଅଟକି ଥିବା ବସ୍ ରୁ ପ୍ରବାସୀ ଓଡିଆ ମାନେ ଓହ୍ଲାଇ ବାହାରେ ବୁଲାବୁଲି କରୁଥିବାର ସୂଚନା ରହିଛି । ତେଣୁ ସେଠାର ସ୍ଥାନୀୟ ବାସୀନ୍ଦା ମାନେ ଭୟଭିତ ହୋଇ ପଡିଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ଏସ୍. ରାମପୁର ପୋଲିସ ଓ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଛି । ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ରାସ୍ତାରୁ ଉପୁଡି ପଡିଥିବାର ଗଛ ହଟାଇ ପାଇଁ ପ୍ରୟାସ ଜାରି ରହିଛି । ତେବେ ରାସ୍ତାର ଦୁଇ କଡରେ ବହୁ ଗାଡି ଅଟକି ରହିଥିବାର ଜଣା ପଡିଛି ।