ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଜାରି ରହିଛି ଲକ୍ ଡାଉନ୍ । ଏହାରି ଭିତରେ ପିଲାମାନଙ୍କର ପାଠ ପଢା ଯେପରି ପ୍ରଭାବିତ ନହେବ ସେନେଇ ସ୍କୁଲ ଗୁଡିକରେ ଅନଲାଇନ୍ ମାଧ୍ୟରେ ପାଠ ପଢା ହେଉଛି । କିନ୍ତୁ ଏବେ ବି ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ବହି ଉପଲବ୍ଧ ହୋଇ ପାରିନାହିଁ । ସେଥିପାଇଁ ଏବେ ପିଲାଙ୍କୁ ଅଡିଓ-ଭିଡିଓ ପ୍ଲାଟଫର୍ମରେ ଡିଜିଟାଲ ପାଠ୍ୟ ପୁସ୍ତକ ଉପଲବ୍ଧ କରାଯାଉଛି । ପିଲାଙ୍କ ସୁବିଧା ପାଇଁ ଦେଶବ୍ୟାପୀ ଏନସିଇଆରଟି ପକ୍ଷରୁ ଏହି ସୁବିଧା କରାଯାଇଛି ।
ଅଡିଓ-ଭିଡିଓ ପ୍ଲାଟଫର୍ମରେ ବହି ଉପଲବ୍ଧ କରାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଡିଜିଟାଲ ବହି ନିମନ୍ତେ ପିଲାମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
ଏନେଇ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ‘ଇ-ପାଠଶାଳା ୱେବସାଇଟ୍ ଏବଂ ମୋବାଇଲ ଆପ୍ ରେ ଡିଜିଟାଲ ପୁସ୍ତକ ଉପଲବ୍ଧ କରାଯାଇଛି ।’
ସେହିପରି ଏନସିଇଆରଟି ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଇ-ପାଠଶାଳା ୱେବସାଇଟରେ ଅନେକ ଭାଷାରେ ପୁସ୍ତକ ଉପଲବ୍ଧ କରାଯାଇଛି । ପ୍ରଥମରୁ ଆରମ୍ଭ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏନସିଇଆରଟି ର ସମସ୍ତ ବିଷୟର ପୁସ୍ତକ ଉପଲବ୍ଧ ଅଛି ।