ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦ ଲକ୍ଷ କୋଟି ଟଙ୍କାର ବିଶେଷ ଆର୍ଥିକ ପ୍ୟାକେଜ ସମ୍ବନ୍ଧରେ ଆଜି ସାମ୍ବାଦିକ ସମ୍ବିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଘୋଷଣା କରାଯାଇଛି କି ଏମଏସଏମଇ କୁ ତିନି ଲକ୍ଷ କୋଟିର ଋଣ ଦିଆଯିବ । ଏମଏସଏମଇ ପାଇଁ ସରକାର ୬ଟି ପଦକ୍ଷେପ ଉଠାଇବେ ।
ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ୩୧ ଅକ୍ଟୋବର ୨୦୨୦ ରୁ ଏମଏସଏମଇ କୁ ଋଣ ର ସୁବିଧା ମିଳିବ । କୌଣସି ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ପର୍ଯ୍ୟନ୍ତ ଋଣ ଦିଆଯିବ ଏବଂ ୪୫ ଲକ୍ଷ ଏମଏସଏମଇ କୁ ଏହାର ଫାଇଦା ହେବ । ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମୂଳ ଧନ ଦେବାକୁ ପଡିବ ନାହିଁ । ସମସ୍ୟା ଯୁକ୍ତ ଏମଏସଏମଇ କୁ ୨୦ ହଜାର କୋଟିର ଋଣ ଦିଆଯିବ ।