ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଏବେ ପୁଣି ଆଉ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ଛୁଇଁଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Total Positive Cases till 9 am: 611 Total Active cases:465
New positives:7303 cases in Khordha
All In Quarantine Centres. Surat returnee42 cases in Ganjam
All In Quarantine Centres. Surat Returnees— I & PR Department, Odisha (@IPR_Odisha) May 14, 2020
ଏହି ନୂତନ ୭୩ ପଜିଟିଭ ମାମଲା ମଧ୍ୟରୁ ଗଞ୍ଜାମର ୪୨ଜଣ, ଭଦ୍ରକର ୯ ଜଣ, ଯାଜପୁରର ୧୭ ଜଣ, ଖୋର୍ଦ୍ଧାର ୩ ଜଣ, ସୁନ୍ଦରଗଡର ୨ ଜଣ ଥିବା ଜାଣିବାକୁ ମିଳିଛି ।
ଅନ୍ୟପଟେ ରାଜ୍ୟରେ ୧୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ,ହୋଇଛି ।