ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାଇକେଲ ପ୍ରେମୀଙ୍କ ପାଇଁ ଖୁସି ଖବର । କାଲିଠୁ ପୁଣି ଗଡିବ ମୋ ସାଇକଲ । ଏନେଇ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ କାଲି ଠାରୁ ଆରମ୍ଭ ହେବାକୁ ଥିବା ମୋ ସାଇକଲ ସେବାରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ମାଗାଣା ଦିନକୁ ଅଧଘଣ୍ଟା ରହିବ ବୋଲି ସୂଚନା ରହିଛି ।
ପ୍ରଥମ ପର୍ୟ୍ୟାୟରେ ୩୦୦ଟି ୟୁଲୁ, ୟାନା ସାଇକେଲକୁ ନେଇ ଏହି ସେବା ଆରମ୍ଭ କରାଯିବ । ୫୦ଟି ପବ୍ଲିକ୍ ବାଇ ସାଇକେଲ ସେୟାରିଂ ଷ୍ଟେସନରେ ଏହା ଉପଲବ୍ଧ ହେବ ।
ସବୁ ସାଇକେଲକୁ ସାନିଟାଇଜ୍ କରାଯାଇଛି । ଶେଷ ଥର ପାଇଁ ସାଇକେଲ କେବେ ସାନିଟାଇଜ୍ ହୋଇଛି, ତାର ତଥ୍ୟ ମଧ୍ୟ ଆପସ ରେ ମିଳିପାରିବ। ସାଇକେଲ ଚଲାଉଥିବା ଲୋକେ ମାସ୍କ ଓ ଗ୍ଲୋଭସ୍ ବ୍ୟବହାର କରିବାକୁ ସିଆରୟୁଟିର ଜିଏମ୍ ଦୀପ୍ତି ମହାପାତ୍ର କହିଛନ୍ତି । ତ ତେବେ ବର୍ତ୍ତମାନ ପରିସ୍ଥିତିରେ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସ୍ଥତି ଭଲ ରହିବ । ତେଣୁ ଏହାକୁ ନଜରରେ ରଖି ଓ ରାଜ୍ୟବାସୀଙ୍କ ଅନୁରୋଧ କ୍ରମେ ଏହି ବ୍ୟବସ୍ଥାକୁ ପୁଣି ଆରମ୍ଭ କରାଯାଇଛି ।