ପୁରୀ (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଅମ୍ପାନକୁ ଦୃଷ୍ଟିରେ ରଖି ବନ୍ଦ ହେଲା ରଥ ନିର୍ମାଣ କାମ । ଆଜିଠାରୁ ଦୁଇ ଦିନ ଯାଏଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
କରୋନା କଟକଣା ପାଇଁ ବିଳମ୍ବରେ ଆରମ୍ଭ ହୋଇଥିବା ରଥ କାମ ଖୁବ୍ ଜୋର ସୋରରେ ଚାଲିଛି । ତିନି ରଥର ୮ ଟି ଚକ କାମ ସମ୍ପନ ହୋଇଯାଇଛି । କିନ୍ତୁ ଏହି ସମ୍ଭାବ୍ୟ ବାତ୍ୟା ପାଇଁ ଦୁଇ ଦିନ କାମକୁ ବନ୍ଦ ରଖାଯିବାର ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ଏହାସହିତ ତିଆରି ହୋଇଯାଇଥିବା ଚକ ଗୁଡିକ ଯେପରି କ୍ଷତି ନହେବ ସେଥିଲାଗି ଚକ ଗୁଡିକୁ ଜରି ପାଲ ଦ୍ୱାରା ଘୋଡାଇ ଦିଆଯାଇଛି ।