ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ହକି କ୍ୟାପ୍ଟେନ ତଥା ତିନି ଥର ଅଲମ୍ପିକ ସୋର୍ଣ୍ଣପଦକ ଜିତିଥିବା ବଲବୀର ସିଂଙ୍କ ପରଲୋକ ଘଟିଛି । ଆଜି ସକାଳ ୬ ଟା ୧୭ ମିନିଟ୍ ରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଗତ ମେ ୮ ତାରିଖରେ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେ ୧୨ ତାରିଖରେ ତାଙ୍କର ହୃଦଘାତ ହେବା ପରେ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତ ଆଜି ସକାଳୁ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ବଲବୀର ସିଂ ସିନିୟର ଲଣ୍ଡନ ଅଲମ୍ପିକ ୧୯୪୮, ହେଲସିଂକି ଅଲମ୍ପିକ ୧୯୫୨ ଏବଂ ମେଲବର୍ଣ୍ଣ ଅଲମ୍ପିକ ୧୯୫୬ ରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ଟିମ୍ ର ପ୍ରତିଯୋଗୀ ଥିଲେ । ୧୯୫୬ ଅଲମ୍ପିକରେ ସେ ଭାରତୀୟ ହକି ଟିମ୍ ର କ୍ୟାପ୍ଟେନ ଥିଲେ । ଏହାବ୍ୟତିତ ସେ ୱାଲ୍ଡ କପ ୧୯୭୧ ରେ ବ୍ରୋଞ୍ଚ ଏବଂ ୱାଲ୍ଡ କପ ୧୯୭୫ ରେ ଭାରତୀୟ ହକି ଟିମ୍ ର ମୁଖ୍ୟ କୋଚ୍ ଥିଲେ ।