ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ର ୭.୧୦ କୋଟି ଗ୍ରାହକଙ୍କ ପାଇଁ ଖୁସୀ ଖବର । କମ୍ପାନୀ ଆରମ୍ଭ କରିଛି ନୂତନ ସୁବିଧା । ଏଣିକି ହ୍ୱାଟ୍ସଆପ୍ ରେ ରନ୍ଧନ ଗ୍ୟାସ ବୁକିଂ କରିପାରିବେ ଗ୍ରାହକ ।
ଏକ ବୟାନରେ ବିପିସିଏଲ ପକ୍ଷରୁ କୁହାଯାଇଛି କି, ବିପିସିଏଲର ଏଲପିଜି ବ୍ରାଣ୍ଡ ନାମରେ ଗ୍ରାହକ ଦେଶର ଯେକୌଣସି ସ୍ଥାନରୁ ହ୍ୱାଟ୍ସଆପ୍ ଜରିଆରେ ରନ୍ଧନ ଗ୍ୟାସ ସିଲିଣ୍ଡର ବୁକ୍ କରାଇ ପାରିବେ ।
ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ନୂତନ ହ୍ୱାଟ୍ସଆପ୍ ବିଜନେସ୍ ଆରମ୍ଭ କରିଛି କମ୍ପାନୀ । ହ୍ୱାଟ୍ସଆପ୍ ରେ ଏହି ବୁକିଂ ବିପିସିଏଲ ସ୍ମାର୍ଟଲାଇନ ନଂ ୧୮୦୦୨୨୪୩୪୪ ରେ କମ୍ପାନୀ ନିକଟରେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ ନଂରେ ହୋଇପାରିବ ।
ବିପିସିଏଲର ବିପଣନ ନିର୍ଦ୍ଦେଶକ ଅରୁଣ ସିଂ କହିଛନ୍ତି କି, ହ୍ୱାଟ୍ସଆପ୍ ଜରିଆରେ ଏଲପିଜି ବୁକିଂ କରିବାର ଏହି ପ୍ରାବଧାନ ଦ୍ୱାରା ଗ୍ରାହକଙ୍କୁ ଆହୁରି ସହଜ ହୋଇଯିବ । ଏବେ ସମସ୍ତଙ୍କ ପାଇଁ ହ୍ୱାଟ୍ସଆପ୍ ସହଜ ମାଧ୍ୟମ । ସେ ତେଣିକି ଯୁବା ହୁଅନ୍ତୁ ଅବା ବୃଦ୍ଧା । ସମସ୍ତେ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି । ଏହି ନୂତନ ଉପାୟ ଦ୍ୱାରା ଆମେ ଆମର ଗ୍ରାହକଙ୍କ ନିକତର ହୋଇପାରିବୁ ।
କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ଏଲପିଜି ର ପ୍ରଭାରୀ ଟି.ପିତାମ୍ବରମ କହିଛନ୍ତି କି, ହ୍ୱାଟ୍ସଆପ୍ ଜରିଆରେ ସିଲିଣ୍ଡର ବୁକିଂ କରିବା ପରେ ଗ୍ରାହକଙ୍କୁ ବୁକିଂ ହେବା ସନ୍ଦେଶ ପ୍ରାପ୍ତ ହେବ । ଏହାସହିତ ଏକ ଲିଙ୍କ ଆସିବ ଯେଉଁଥିରେ ଡେବିଟ ବା କ୍ରେଡିଟ କାର୍ଡ, ୟୁପିଆଇ ଭଳି ଅନ୍ୟ ପେମେଣ୍ଟ ଆପ୍ ଜରିଆରେ ପେମେଣ୍ଟ କରିପାରିବେ ଗ୍ରାହକ ।