ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଆଇଫୋନ୍ ପରେ ସବୁଠାରୁ ଚାହିଦା ଥିବା ଫୋନ୍ ହେଉଛି ୱାନପ୍ଲସ । ଏହି ଫୋନର ଖୁବ୍ ଚାହିଦା ରହିଛି । ଯଦି ଆପଣ ୱାନପ୍ଲସ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସୀ ଖବର । ୱାନପ୍ଲସ ତାର ନୂତନ ଫୋନ ୱାନପ୍ଲସ ୮ଟି ର ଦାମରେ ହ୍ରାସ କରିଛି । ଦାମ୍ ହ୍ରାସ ପରେ ଏବେ ଏହି ଫୋନ୍ କମ୍ପାନୀର ଲାଟେଷ୍ଟ ଫୋନ୍ ୱାନପ୍ଲସ ୯ଆର ଠାରୁ ମଧ୍ୟ ଶସ୍ତା ହୋଇଯାଇଛି ।
ଗତବର୍ଷ ଭାରତୀୟ ବଜାରେ ଲଞ୍ଚ ହୋଇଥିଲା ୱାନପ୍ଲସ ୮ଟି । ଏହି ଫୋନରେ ୧୨୦ ଏଚଜେଡ ରିଫ୍ରେସ ରେଟ୍ ଯୁକ୍ତ ଡିସପ୍ଲେ ଦିଆଯାଇଛି । ଏହାବ୍ୟତିତ ଏଥିରେ ଚାରୋଟି ରିୟର କ୍ୟାମେରା, ୬୫ୱାଟର ଫାଷ୍ଟ ଚାର୍ଜିଙ୍ଗ । ତେବେ ଆସନ୍ତୁ ଜାଣିବା ୱାନପ୍ଲସ ୮ଟିର ନୂତନ ଦାମ୍ ବିଷୟରେ..
ୱାନପ୍ଲସ ୮ଟି ଦାମରେ ୪୦୦୦ ଟଙ୍କା ହ୍ରାସ କରାଯାଇଛି । ଏହାପରେ ଫୋନର ଦାମ ୩୮,୯୯୯ ଟଙ୍କା ହୋଇଯାଇଛି । ପୂର୍ବରୁ ଏହି ଫୋନର ଦାମ ୪୨,୯୯୯ ଟଙ୍କା ଥିଲା । ଏଥିରେ ୮ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟ ରହିଥିଲା । ସେହିପରି ୧୨ ଜିବି ର୍ୟାମ ଏବଂ ୨୫୬ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟକୁ ଆପଣ ଏବେ ୪୧,୯୯୯ ଟଙ୍କାରେ କିଣିପାରିବେ । ଲଞ୍ଚିଂ ସମୟରେ ଏହି ଫୋନର ଦାମ୍ ୪୫,୯୯୯ ଟଙ୍କା ରହିଥିଲା ।