ଭୁବନେଶ୍ୱର (ଏଟିଆର ବ୍ୟୁରୋ):କିଛି ଲୋକ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିଥାନ୍ତି । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ସଠିକ୍ ମାତ୍ରାରେ ଲୁଣ ବ୍ୟବହାର କରିବାକୁ ପଡିବ । ମାତ୍ର ଲୁଣର ପରିମାଣ କମ ହୋଇଗଲେ ମଧ୍ୟ ଏହା ଶରୀରରେ କୁପ୍ରଭାବ ପକାଇଥାଏ । ଯେଉଁଭଳି ଭାବରେ ଖାଦ୍ୟରେ ଲୁଣର ମାତ୍ରା ଅଧିକ କିମ୍ବା କମ ହୋଇଗଲେ ଖାଦ୍ୟର ସ୍ୱାଦ ବିଗିଡି ଯାଇଥାଏ । ଠିକ୍ ସେହିଭଳି ଭାବରେ ଶରୀରରେ ଲୁଣର ମାତ୍ରା ଅଧିକ କିମ୍ବା କମ ହେଲେ ସନ୍ତୁଳନ ବିଗିଡି ଯାଏ ।
– ଲୁଣ ବା ସୋଡିୟମ କ୍ଲୋରାଇଡ ଅଧିକ ମାତ୍ରାରେ ଶରୀରକୁ ଯିବା ଦ୍ୱାରା ଶରୀରର ଧମନିରେ ରକ୍ତ ପ୍ରଭାବ ବଢିଯାଏ ଏବଂ ଏହାଦ୍ୱାରା ହୃଦୟ ଉପରେ ଚାପ ପଡିଥାଏ । ଏହାକୁ ଅଧିକ ମାତ୍ରାରେ ସେବନ କଲେ ରକ୍ତଚାପ ବଢିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ ।
– ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ । ଯାହାଫଳରେ କିଡନୀରେ ଷ୍ଟୋନ ହେବାର ଭୟ ରହିଥାଏ ।
– ଲୁଣରେ ଥିବା ସୋଡିୟମ ଇଂସୁଲିନ ପ୍ରତିରୋଧ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱରା ମଧୁମେୟ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।
– ଶରୀରର ସନ୍ତୁଳନ ବିଗିଡିବାର କାରଣ ହେଉଛି ଲୁଣ । ସେଥିପାଇଁ ପାଣି ଅଧିକ ମାତ୍ରାରେ ପିଅନ୍ତୁ । ଏହାଦ୍ୱରା ଶରୀର ସୁସ୍ଥ ରହିବ ।