ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ରଣବୀର କପୁର ଆଜିକାଲି ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ରେ ତାଙ୍କ ଲୁକ ଏବଂ ଚାଲି ଚରଣକୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ସମଶେର’ର ଫାଷ୍ଟ ପୋଷ୍ଟର ଏବଂ ଟିଜର ରିଲିଜ୍ ହୋଇଯାଇଛି । ଏହି ଟିଜରରେ ରଣବୀର ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି ।
ରଣବୀରଙ୍କ ଫିଲ୍ମ ‘ସମଶେର’ର ଟାଇଟେଲ ସହିତ ଏହାର ଟ୍ୟାଗଲାଇନ ମଧ୍ୟ ଖୁବ୍ ମଜାଦାର ହୋଇଛି । ଫିଲ୍ମଟିର ପଞ୍ଚଲାଇନ ଏହିଭଳି ଅଛି ‘କର୍ମ ସେ ଡକାୟତ-ଧର୍ମ ସେ ଆଜାଦ’ । ଏହି ପଞ୍ଚଲାଇନରୁ ଫିଲ୍ମଟିର କାହାଣୀ ବିଷୟରେ ବହୁତ କିଛି ଜାଣି ହେଉଛି ।
ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କରଣ ମଲହୋତ୍ରା । ଏବଂ ଫିଲ୍ମଟିର ସଂପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା । ଏହାପୂର୍ବରୁ କରଣ ମଲହୋତ୍ରା ଅଗ୍ନିପଥ ଏବଂ ବ୍ରଦର୍ସରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।‘ସମଶେର’ ତାଙ୍କ ତୃତୀୟ ଫିଲ୍ମ ।
#SHAMSHERA – https://t.co/diSxkrQGzI#RanbirKapoor | @karanmalhotra21 | @ShamsheraMovie pic.twitter.com/JmGQj7OyR5
— Yash Raj Films (@yrf) May 7, 2018
करम से डकैत,
धरम से आज़ाद
Presenting #RanbirKapoor in a never seen before avatar in YRF's next action adventure #SHAMSHERA. Directed by @karanmalhotra21 | @ShamsheraMovie pic.twitter.com/5Dqg7GDOhQ— Yash Raj Films (@yrf) May 7, 2018