ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୋଟେ ପରେ ଗୋଟେ ଭୟ ଘାରିଛି ଓଡିଶାକୁ । ରାଜ୍ୟରେ କରୋନା ଭୟ ନଯାଉଣୁ ଏବେ ପୁଣି ପାଙ୍ଗପାଳ ଭୟ । ଦୀର୍ଘ ୪୪ ବର୍ଷ ବ୍ୟବଧାନ ପରେ ପୁର୍ନବାର ଓଡିଶା ମୁହାଁ ପଙ୍ଗପାଳ । ଝିଣ୍ଟିକି ପ୍ରଜାତିର ଏହି ବିପଦଜନକ କୀଟ ପାକିସ୍ତାନରୁ ଭାରତକୁ ପସିଯାଇଛନ୍ତି । ଏହାସହିତ ଭାରତର ଗୋଟେ ପରେ ଗୋଟେ ରାଜ୍ୟରେ ଏହି ପଙ୍ଗପାଳ ପଶି ଅତର୍କିତ ଆକମ୍ରଣ କରିବା ସହ ଚାଷୀଙ୍କ ଚାଷକୁ ଖାଇ ନଷ୍ଟ କରିଦେଉଛନ୍ତି । ଯାହାଫଳରେ ଏବେ ଚିନ୍ତାରେ ଚାଷୀ । ଏହାକୁ ନେଇ ଏବେ ଚାଷୀଙ୍କୁ ସତର୍କ ରହିବା ପାଇଁ କୃଷି ଓ ବୈଷୟିକ ବିଦ୍ୟାଳୟ (ଓୟୁଟି) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।
ଚାଷୀଙ୍କୁ ଏକ ଏକର ଚାଷ ଜମିରେ ୨୦୦ ଲିଟର ନିମ ମଞ୍ଜି ରସ ସିଞ୍ଚନ ପାଇଁ ଓୟୁଟି ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହିତ ଯଦି କୌଣସି ଚାଷୀ ସେମାନଙ୍କ ଚାଷ ଜମିରେ ପଙ୍ଗପାଳ ଦେଖନ୍ତି ତେବେ ଥାଳି ବାଡେଇ ଜୋରେ ଶବ୍ଦ କରି ସେମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରନ୍ତୁ ।