ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପଙ୍ଗପାଳଙ୍କୁ ନିୟନ୍ତ୍ରଣ କରିବା ପାଇଁ ଡ୍ରୋନ୍ ସାହାର୍ଯ୍ୟରେ କୀଟନାଶକ ସିଞ୍ଚନ କରାଯିବ । ନାଗରିକ ଉଡାଣ ମନ୍ତ୍ରାଳୟ ପକ୍ଷରୁ ପଙ୍ଗପାଳ ନିୟନ୍ତ୍ରଣ ସମ୍ବନ୍ଧିତ କାର୍ଯ୍ୟକାରୀ ପାଇଁ ଡ୍ରୋନ୍ ଦ୍ୱାରା କୀଟନାଶକ ସିଞ୍ଜନ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । କିଟନାଶକ ସିଞ୍ଚନ ପାଇଁ ଦୁଇଟି କମ୍ପାନୀକୁ ପ୍ରସ୍ତୁତ କରାଯାଇଛି । ପଙ୍ଗପାଳ ଆତଙ୍କଙ୍କ ଆଶଙ୍କାକୁ ଦୃଷ୍ଟିରେ ରଖି ବିହାର ସରକାର ବି ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିହାର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଙ୍ଗପାଳ ନିୟନ୍ତ୍ରଣ ପାଇଁ ଡ୍ରୋନ ଦ୍ୱାରା କୀଟନାଶକ ସିଞ୍ଚନ ପାଇଁ ପରାମର୍ଶ ଦିଆଯାଇଛି । ଏହାସହିତ ଚାଷୀ ମାନେ ବି ଥାଳି ବାଡେଇ ଜୋରେ ଶବ୍ଧ କରି ପଙ୍ଗପାଳଙ୍କୁ ଘଉଡେଇ ପାରିବେ ।
ଏହାରି ମଧ୍ୟରେ କୃଷି ମନ୍ତ୍ରାଳୟ ପକ୍ଷରୁ ପଙ୍ଗପାଳ ନିୟନ୍ତ୍ରଣ କ୍ଷମତାକୁ ଦୃଢ କରିବା ଲାଗି ଅତିରିକ୍ତ ୫୫ ଟି ଗାଡି କିଣିବାକୁ ଆଦେଶ ଦିଆଯାଇଛି । ପଙ୍ଗପାଳ ନିୟନ୍ତ୍ରଣ ସଂଗଠନ ନିକଟରେ ପ୍ରଚୁର ପରିମାଣର କୀଟନାଶକ ରହିଛି ।