ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରମିକ ସ୍ପେଶାଲ ଟ୍ରେନ୍ ରେ ଯାତ୍ରା କରୁଥିବା ଲୋକଙ୍କ ମୃତ୍ୟୁ ଖବର ମଧ୍ୟରେ ରେଳ ମନ୍ତ୍ରୀ ପିୟୁଷ ଗୋୟେଲ ଶୁକ୍ରବାର ଏକ ଅପିଲ କରିଛନ୍ତି । ସେ କହିଛନ୍ତି କି ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା, ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ୧୦ ବର୍ଷରୁ କମ ବୟସରୁ ଶିଶୁ ଅତି ଜରୁରୀ ନଥିଲେ ଟ୍ରେନ୍ ରେ ଯାତ୍ରା କରନ୍ତୁ ନାହିଁ । ଯଦି ଅତି ଜରୁରୀ ପଡୁଛି ତେବେ ଯାତ୍ରା କରନ୍ତୁ ।
ପିୟୁଷ ଗୋୟଲ ଟ୍ୱିଟ କରି କହିଛନ୍ତି କି, ମୁଁ ସମସ୍ତ ନାଗରିକଙ୍କୁ ଅପିଲ କରୁଛି କି ଗୁରୁତର ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା, ୬୫ ରୁ ଅଧିକ ଏବଂ ୧୦ ରୁ କମ ବର୍ଷ ବୟସର ବ୍ୟକ୍ତି ଶ୍ରମିକ ସ୍ପେଶାଲ ଟ୍ରେନ୍ ରେ ଅତି ଜରୁରୀ ପଡିବା ଦ୍ୱାରା ହିଁ ଯାତ୍ରା କରନ୍ତୁ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଲୱ ପରିବାର ପ୍ରତିବଦ୍ଧ ।
ସୂଚନାଯୋଗ୍ୟ, ଦେଶରେ ଭାରତୀୟ ରେଲୱେ ପକ୍ଷରୁ ସ୍ପେଶାଲ ଟ୍ରେନ୍ ଚାଲୁଛି । ଯାହାଦ୍ୱାରା ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ପରିବେ । କିନ୍ତୁ ଏଭଳି କିଛି ଲୋକ ଶ୍ରମିକ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ଯେଉଁମାନେ ପୂର୍ବରୁ ଅସୁସ୍ଥ କରୁଛନ୍ତି । ଯାହାଦ୍ୱାରା ସେମାନଙ୍କଠାରେ ମହାମାରୀ କରୋନା ହେବାର ଆଶଙ୍କା ବୃଦ୍ଧି ପାଉଛି ।