ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୁରା ହେବା ପରେ, ଆଜି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ନିତିନ୍ ଗଡକରୀ, ନରେନ୍ଦ୍ର ସିଂହ ତୋମର ବିସ୍ତୃତ ବିବରଣୀ ଦେଇଛନ୍ତି । ସେହିଅନୁଯାୟୀ ପ୍ରକାଶ ଜାଭେଦକର କହିଛନ୍ତି କି , ଆତ୍ମନିର୍ଭର ଭାରତ ପାଇଁ ବିଭିନ୍ନ ପ୍ରକାରର ନିଷ୍ପତି ନିଆଯାଇଛି ।
– ଅତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପର ମଞ୍ଜୁରୀ
– ଏମଏସଏମଇ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ୍
– ୫୦ ଲକ୍ଷ ଉଠା ଦୋକାନୀ ପାଇଁ ନୂଆ ଋଣ ଯୋଜନା, ୧୦ ହଜାର ପର୍ଯ୍ୟନ୍ତ ଦିଆଯିବ ଋଣ
– ସଠିକ୍ ସମୟରେ ଋଣ ସୁଝିଲେ ଗ୍ରହିତାକୁ ରିହାତି ମିଳିବ
– ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ୧୮୬୮ କୁ ବୃଦ୍ଧି
– ୧୪ ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାର ନିଷ୍ପତି
– ମୂଲ୍ୟ ବୃଦ୍ଧି ଦ୍ୱାରା ଚାଷୀଙ୍କୁ ୫୦ ରୁ ୮୩ ପ୍ରତିଶତ ଲାଭ ହେବ
– ଚାଷୀଙ୍କ ଋଣ ସୁଝିବାର ଅବଧିକୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି
– ୪ ପ୍ରତିଶତ ସୁଧରେ ଚାଷୀଙ୍କ ୩ ଲକ୍ଷ ପର୍ଯ୍ୟନ୍ତ ମିଳିବ ଋଣ