ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶା ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଶ୍ରମ ଓ ଇଏସ୍ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓଡିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମର ମହାପ୍ରବନ୍ଧକ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଲି ବିଏମସି ଡେପୁଟି କମିଶନର ସସ୍ମିତା ସାହୁଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସେକ୍ରୋଟାରି ସହ ମୋ କଲେଜ ଓଏସଡି ଭାବେ ଅତିତିକ୍ତ ଦାୟିତ୍ୱ ଦିଆଯାଇଛି ।
ସେହିପରି ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର କୁମାର ସାମଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସହ ଯୋଜନା ଓ ସଂଯୋଜନ ବିଭାଗର ଡେପୁଟି ସେକ୍ରେଟାରି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଭୁବନେଶ୍ୱର ବିଡିଓ ତ୍ରିଲୋଚନ ମହାନ୍ତିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଡେପୁଟି ସେକ୍ରେଟାରି, କ୍ରୀଡା ଓ ଯୁବସେବା ବ୍ୟାପାର ବିଭାଗ ଅଶୋକ କୁମାର ବେହୁରିଆଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବଡସାହି ବିଡିଓ ଦିଲୀପ କୁମାର ମହାରାଣାଙ୍କୁ ଗଞ୍ଜାମ ଡିଆରଡିଏ ଏପିଡି ଭାବେ ବଦଳି କରାଯାଇଛି ।