ଡିଜିଟାଲ ଇଣ୍ଡିଆ ହେଉ ଅବା ମେକ ଇନ ଇଣ୍ଡିଆ ବା ଷ୍ଟାର୍ଟ ଅପ ଇଣ୍ଡିଆ, ନରେନ୍ଦ୍ରମୋଦୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ପରିବର୍ତ୍ତନରେ ବିଶ୍ୱାସ ରଖନ୍ତି । ଏହି ପଦକ୍ଷେପ ଯୋଗୁ ଭାରତବାସୀ ସଶକ୍ତ ହେବା ସହ ଡିଜିଟାଲ କାରବାରବୃଦ୍ଧି ପାଇଛି । ନବୋନ୍ମେଷ ଓ ପ୍ରଯୁକ୍ତିର ପ୍ରୟୋଗ ବିଶ୍ୱରେ ଭାରତକୁ ଡିଜିଟାଲଶକ୍ତିର ମାନ୍ୟତା ଦେଇଛି ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମେକ ଇନ ଇଣ୍ଡିଆର ଏକ ମୁଖ୍ୟଉଦ୍ଦେଶ୍ୟ । 2019ର ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ସଂଶୋଧିତ ଦକ୍ଷତାଯୋଜନା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପୁଞ୍ଜ ଏବଂ ଇଲେକ୍ଟ୍ରୋନିକ୍ସ ବିକାଶ ପାଣ୍ଠିଯୋଗୁ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 2014ରେ 29 ବିଲିୟନଆମେରିକୀୟ ଡଲାର ଥିବାବେଳେ 2019ରେ 70 ବିଲିୟନ ଡଲାରକୁ ବୃଦ୍ଧିପାଇଛି । ଏହି ସମୟ ମଧ୍ୟରେ ମୋବାଇଲ ଫୋନର ଉତ୍ପାଦନ କ୍ଷେତ୍ରରେଉଲ୍ଲେଖନୀୟ ଅଗ୍ରଗତି ଘଟିଛି । 2014 ମସିହାରେ ମାତ୍ର 2ଟି ମୋବାଇଲକାରଖାନା ଥିବାବେଳେ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲଉତ୍ପାଦନକାରୀ ହୋଇପାରିଛି । 2018-19 ମସିହା ମଧ୍ୟରେ ମୋବାଇଲଉତ୍ପାଦନ 29 କୋଟି ୟୁନିଟରେ ପହଞ୍ଚିଥିବାବେଳେ ଏହା 2014 ମସିହାରେ ମାତ୍ର6 କୋଟି ୟୁନିଟରେ ସୀମିତ ଥିଲା । 2018-19ରେ ଏ ବାବଦ ମୋଟ ପୁଞ୍ଜି 1ଲକ୍ଷ 70 ହଜାର କୋଟି ଟଙ୍କା ଥିବାବେଳେ 2014ରେ ମାତ୍ର 19 ହଜାର କୋଟିଥିଲା । 2014-15ରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ 38,263 କୋଟି ଟଙ୍କାଥିବାବେଳେ 2018-19ରେ ତାହା 61,908 କୋଟି ଟଙ୍କାକୁ ବୃଦ୍ଧି ପାଇଛି । 2012 ମସିହାରେ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତରଯୋଗଦାନ ମାତ୍ର ଶତକଡା 1.3 ଭାଗ ଥିବାବେଳେ 2018 ମସିହାରେ ଏହାଶତକଡା 3 ଭାଗକୁ ବୃଦ୍ଧି ପାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆହ୍ୱାନଦେଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଅନେକସମୟରେ କହିଛନ୍ତି ଯେ, ଭାରତ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା, ବିଦେଶୀ ପୁଞ୍ଜିନିବେଶସମେତ ନିଜସ୍ୱ ପୁଞ୍ଜି ଏବଂ ଅସାଧାରଣ ମାନବସମ୍ବଳ ଯୋଗୁ ବିଶ୍ୱ ଅର୍ଥନୀତିରେଏକ ବିଶେଷ ଯୋଗଦାନ ଦେଇଛି ।
ବିଶ୍ୱ ଅର୍ଥନୀତିକୁ ସହାୟକ ହେଉଥିବାରୁ ଭାରତ ମଧ୍ୟ ବ୍ୟାପକ ନିର୍ମାଣ କାର୍ଯ୍ୟପାଇଁ ଚେଷ୍ଟା କରୁଛି । ଏଥିପାଇଁ ଆବଶ୍ୟକ ତିନୋଟି ଯୋଜନା ହେଲା – (କ). ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (PLI) ଯାହାକି ବୃହତ ଇଲେକ୍ଟ୍ରୋନିକ୍ସଉତ୍ପାଦନରେ ସହାୟକ ହେବ । (ଖ) ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଏବଂ ହେଭିକଣ୍ଡକ୍ଟର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (SPECS) ଏବଂ ପରିବର୍ତ୍ତିତଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (EMC 2.0) ଯୋଜନା ।
ପିଏଲଆଇ ଯୋଜନାରେ 4ରୁ 6 ଭାଗ ପ୍ରୋତ୍ସାହନ ଭାରତରେ ବିଭିନ୍ନ ଦ୍ରବ୍ୟଉପରେ ଦିଆଯିବ । ଏହା ମୂଳ ବର୍ଷ ସମେତ 5 ବର୍ଷ ପାଇଁ ରହିବ ।
ଏସପିଇସିଏସ ଯୋଜନାରେ ଶତକଡା 25 ଭାଗ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନମୂଳ ଧନ ଖର୍ଚ୍ଚ ଉପରେ ରହିବ । ତେବେ ଏହା କେତେକ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସସାମଗ୍ରୀ ଯଥା – ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ହେଭି କଣ୍ଡକ୍ଟର, ନିର୍ମାଣ ୟୁନିଟ, ଆସେମ୍ଲି, ଚେଷ୍ଟ ମାର୍କେଟିଂ ଏଣ୍ଡ ପ୍ୟାକେଜିଂ ୟୁନିଟ ଇତ୍ୟାଦି ।
ଇଏମସି 2.0 ଯୋଜନାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ବିଭିନ୍ନ ସୁବିଧାସୁଯୋଗରହିବ । ଯାହାକି ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀଙ୍କୁ ଆକର୍ଷିତ କରିପାରିବ ।
ଏହି ତିନୋଟି ଯୋଜନା ପାଇଁ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏହା ଦେଶର ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ସାହାଯ୍ୟ କରିବା ସହଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ପରିବେଶକୁ ସୁରକ୍ଷା ଦେବ । ଏହିତିନୋଟି ଯୋଜନା ବଡ ଧରଣର ଇଲେକ୍ଟ୍ରୋନିକ ଉତ୍ପାଦନ ସହ ସପ୍ଲାଇଚେନଗୁଡକ ନିମନ୍ତେ ମଧ୍ୟ ସହାୟକ ହେବ । ଏହି ଯୋଜନାଗୁଡିକ କାର୍ଯ୍ୟକାରୀହେଲେ 2025 ମସିହା ସୁଦ୍ଧା ଦେଶର ସାମଗ୍ରୀକ ଉତ୍ପାଦନ 5 ଟ୍ରିଲିଅନଆମେରିକୀୟ ଡଲାରକୁ ବୃଦ୍ଧି ପାଇବ । ଏହି ତିନୋଟି ଯାକ ଯୋଜନା ପର୍ଯ୍ୟାପ୍ତପୁଞ୍ଜିନିବେଶ, ଅଧିକ ମୋବାଇଲ ଫୋନ ଉତ୍ପାଦନ ଏବଂ ସେମାନଙ୍କର ଯନ୍ତ୍ରାଂଶଯୋଗାଇ ପାରିବ ବୋଲି ଆଶା କରାଯାଇଛି । ଏହାପରେ 2025 ମସିହା ସୁଦ୍ଧାଏହା 10 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଏହାଦ୍ୱାରା 5ଲକ୍ଷ ପ୍ରତ୍ୟକ୍ଷ ଓ 15 ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ ।